Home ଓଡ଼ିଶା ଶୈକ୍ଷିକ ଭିତ୍ତିଭୂମି ବିକାଶରେ ଓଡିଶା ମଡେଲ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp 1. ତିନିଦିନିଆ ଓଡିଶା ଗସ୍ତରେ ବୋଡୋଲ୍ୟାଣ୍ଡ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ 2. ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି ‘ମୋ ସ୍କୁଲ ଅଭିଯାନ’ ୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଛି ଓଡିଶାର ‘ମୋ ସ୍କୁଲ’ ଓ ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ । ବିଭିନ୍ନ ରାଜ୍ୟର ଅଧିକାରୀ ଓଡିଶା ଗସ୍ତ କରିବା ସହ ଏହି ଯୋଜନାକୁ ଅନୁଧ୍ୟାନ କରୁଛନ୍ତି । ଏହାର ଉଚ୍ଚପ୍ରଶଂସା କରିବା ସହ ନିଜ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରୂପରେଖ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଆସାମ, ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟର ପ୍ରତିନିଧି ଓଡିଶା ଗସ୍ତ କରି ମୋ ସ୍କୁଲ ମଡେଲକୁ ଅନୁସରଣ କରିଛନ୍ତି । ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍ ରିଜିଅନ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ ବୋରୋଙ୍କ ସହ ଏକ ଟିମ୍ ୩ ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଦିନ ମୋ ସ୍କୁଲ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମୋ ସ୍କୁଲ ଅଭିଯାନର ବରିଷ୍ଠ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ଓଡ଼ିଶା ସରକାରଙ୍କ ଏହି ଅଭିନବ ପ୍ରୟାସ ଶିକ୍ଷାନୁଷ୍ଠାନ ସହିତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ିବାରେ ଏକ ନୂତନ ଦିଗ ଦେଖାଇଛି । ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ସମ୍ମିଳିତ ହୋଇ ଭିତ୍ତିଭୂମିକୁ ସଂଗଠିତ କରିବା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହାସହ ନିଜେ ପଢ଼ିଥିବା ଶିକ୍ଷାନୁଷ୍ଠାନକୁ ଶ୍ରମଦାନ ଭଳି ଅଭିନବ ପ୍ରୟାସ ଏବେ ସର୍ବଭାରତୀୟ ସ୍ତରରେ ଉଦାହରଣ ପାଲଟିଛି । ସେହିଭଳି ଗୋଷ୍ଠୀ ସହଭାଗିତାର ମଡେଲ ତାଙ୍କୁ ବେଶ୍ ଅନୁପ୍ରାଣିତ କରିଥିବା ଶ୍ରୀ ବୋରୋ କହିଥିଲେ. ଅନ୍ୟପକ୍ଷରେ ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ତାଙ୍କୁ ପ୍ରଭାବିତ କରିଥିଲା । ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣରେ ଉଚ୍ଚ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ପରିବର୍ତ୍ତନ ଏବଂ ଶୈକ୍ଷିକ ବାତାବରଣର ଉନ୍ନତିକୁ ସେ ଖୁବ୍ ପ୍ରଶଂସା କରିଥିଲେ । ଏହି ଅବସରରେ ସେ ଯାଜପୁର ଜିଲ୍ଲା ଦାନଗଦି ସ୍ଥିତ ବୁଢ଼ାରାଜା ସରକାରୀ ବିଦ୍ୟାପୀଠ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ କାର୍ଯ୍ୟକ୍ରମର ପ୍ରଭାବ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆହୁରି ମଧ୍ୟ ସ୍ମାର୍ଟ କ୍ଲାସ୍ରୁମ୍, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ୍ ଆଦି ଅନୁଧ୍ୟାନ କରି ୫-‘ଟିି’ ହାଇସ୍କୁଲ ରୂପାନ୍ତରୀକରଣରେ ହୋଇଥିବା ଡିଜିଟାଲ ଟ୍ରାନ୍ସଫରମେଶନକୁ ପ୍ରଶଂସା କରିଥିଲେ । ଉନ୍ନତ ଭିତ୍ତିଭୂମି ପିଲାମାନଙ୍କ ସାମର୍ଥ୍ୟକୁ ଚିହ୍ନଟ କରି ସେମାନଙ୍କ ସ୍ୱପ୍ନ ସାକାର କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ । ଓଡ଼ିଶା ସରକାରଙ୍କର ମୋ ସ୍କୁଲ ଅଭିଯାନ ସହ ୩୦ଲକ୍ଷରୁ ଊଦ୍ଧ୍ୱର୍ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିବାବେଳେ ସେମାନେ ୩୦୦କୋଟିରୁ ଅଧିକ ଆର୍ଥିକ ଅନୁଦାନ ଦେଇ ଶିକ୍ଷାନୁଷ୍ଠାନର ବିକାଶ କରିଛନ୍ତି । ଉକ୍ତ ଅର୍ଥରାଶି ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଅର୍ଥରାଶି ମିଶାଇ ପ୍ରାୟ ୫୦ ହଜାର ସ୍କୁଲରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି . ଓଡିଶାର ଏହି ଅଭିନବ ମଡେଲ ସର୍ବଭାରତୀୟ ସ୍ତରରେ ଅନୁକରଣୀୟ ହୋଇଛି । ଏହି ଗସ୍ତ ସମୟରେ ଅନୁଷ୍ଠିତ ବୈଠକରେ ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଣିପ୍ରସାଦ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମିଶ୍ର ମୋ ସ୍କୁଲ କଫି ଟେବୁଲ ବୁକ୍ ଓ ନୁ୍ୟଜ୍ଲେଟର ଶ୍ରୀ ବୋରୋଙ୍କୁ ପ୍ରଦାନ କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ by Proprietor Abhimanyu Maharana July 1, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ by Proprietor Abhimanyu Maharana July 1, 2026 ୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana July 1, 2026 ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ by Proprietor Abhimanyu Maharana July 1, 2026 ସ୍ନାନ ପୂର୍ଣ୍ଣିମା ଅବସରରେ ପରିବହନ ବିଭାଗ ପକ୍ଷ ରୁ ୯୫ ଚାଲାଣ, ୯ଲକ୍ଷ ୮୫ହଜାର ଟଙ୍କା ଜରିମାନା ଆଦାୟ by Proprietor Abhimanyu Maharana July 1, 2026 କଟକ ୬ଷ୍ଠ ବାଟାଲିୟନ ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ by Proprietor Abhimanyu Maharana July 1, 2026