୨ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରଣପୁର ବ୍ଲକ :- ଆଜି ପୂର୍ବାହ୍ନ ରେ ରଣପୁର ବ୍ଲକ ଅଧିନ କନ୍ଧନୟାଗଡ଼ ପଞ୍ଚାୟତ ସଭା ଗୃହରେ ରଣପୁର ପ୍ରଜାଆନ୍ଦୋଳନ ର ମହାନ ସ୍ୱାଧିନତା ସଂଗ୍ରାମୀ ତଥା ରଣପୁର ଗଡ଼ଜାତ ର ପ୍ରଥମ ମନୋନୀତ ବିଧାୟକ ୰ ମୁରଲୀଧର ଦାସଙ୍କ ୩୬ତମ ପୁଣ୍ୟତିଥି ଉପଲକ୍ଷେ ସ୍ମତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି I ପୂର୍ବତନ ସରପଞ୍ଚ ଅରୁଣ ସୁବୁଦ୍ଧି ଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସର୍ବଶ୍ରୀ ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ଲକ୍ଷ୍ମିଧର ବେହେରା, ନିଧି ବେହେରା, ଯମ୍ବେଶ୍ଵର ଖମାରୀ , 
ମନୋଜ ଦାସ ପ୍ରମୁଖ ୰ ଦାସଙ୍କ ତ୍ୟାଗପୂତ ସଂଗ୍ରାମୀ ଜୀବନ ଓ ବିଧାନସଭାରେ ଭାଗଚାଷୀ ଙ୍କ ପାଇଁ ଲଢେଇ ସଂପର୍କେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ l ଐତିହାସିକ ସତ୍ୟବାଦୀ ବଳିଆରସିଂ ଙ୍କ ୰ ଦାସଙ୍କ ଉପରେ ଲିଖିତ ଆଲେଖ୍ୟ ପାଠ କରାଯାଇ ଥିଲା । ଆଗାମୀ ୨୦୨୪ ମେ ୦୨ ତାରିଖରେ ମୁରଲିଧର ସ୍ମରଣିକା ସ୍କୃତି ପୁନଃ ଓ ପରିବର୍ଦ୍ଧିତ ସଂସ୍କରଣ ପାଇଁ ଯୋଜନା ରହିଛି ବୋଲି ପୌତ୍ର ମନୋଜ ଦାସ ପ୍ରକାଶ କରିଥିଲେ . ଯାହାକି ଆଗାମୀ ପିଢୀ ପାଇଁ ଶିକ୍ଷଣୀୟ ହୋଇପାରିବ I ପରିଶେଷରେ ଲକ୍ଷ୍ମୀଧର ବେହେରା ଉପସ୍ଥିତ ସଭିଙ୍କୁ ଧନ୍ୟବାଦ ଦେଇଥିଲେ I
