Home ଓଡ଼ିଶା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଶ୍ରମିକ ମହାସଂଘ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିଵସ ପାଳିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଶ୍ରମିକ ମହା ସଂଘ ଓ ଏଆଇଟିୟୁସି ନେତୃତ୍ଵରେ ଗଜପତି ଜିଲ୍ଲା ମୋଟୋର ଓ୍ଵାର୍କର୍ସ ଆସୋସିଏଶନ, ମହେନ୍ଦ୍ର ତନୟା ନିର୍ମାଣ ଶ୍ରମିକ ୟୁନିୟନ, ଆଦିଵାସୀ ସୌରା ନିର୍ମାଣ ଶ୍ରମିକ ୟୁନିୟନ, ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲ୍ଚର ଆଣ୍ଡ୍ ଵିଲଡିଙ୍ଗ କନଷ୍ଟ୍ରକଶନ ଓ୍ଵାର୍କର୍ସ ୟୁନିୟନ, ଗାନ୍ଧୀ ନିର୍ମାଣ ଶ୍ରମିକ ୟୁନିୟନ, ଓଡିଶା ଡ୍ରାଇଭର ମହାସଂଘ, ଜେଆଇଟିଏମ୍ ନନଟିଚିଙ୍ଗ୍ ଷ୍ଟାଫ୍ ୟୁନିୟନ ଇତ୍ଯାଦି ମିଳିତ ଭାଵେ ପାରଳାଖେମୁଣ୍ଡି ନୂଆ ଵସ ଷ୍ଟାଣ୍ଡ୍ ଠାରେ ଶ୍ରମିକ ଶ୍ରେଣୀର ଲାଲ ପତାକା ଵରିଷ୍ଠ ଆଇନଜୀଵି ହରି କ୍ରୀଷ୍ଣା ପାତ୍ର ଉତ୍ତୋଳନ କରି ଜିଲ୍ଲାର ସମସ୍ତ କ୍ଷେତ୍ରର ଶ୍ରମିକ ଶ୍ରୀ ଐକ୍ଯଵଦ୍ଧ ହୋଇ ଶକ୍ତିଶାଳୀ ଶ୍ରେଣୀ ସଂଘର୍ଷକୁ ଗଢି ତୋଳିଵାକୁ ଆହ୍ଵାନ ଦେଇଥିଲେ।ଏହା ପରେ ଏକ ଵର୍ଣ୍ଣାଢ୍ଯ ଶ୍ରମିକ ଶୋଭାଯାତ୍ରା ସହର ପରିକ୍ରମା କରି ପୁଣି ନୂଆ ଵସ ଷ୍ଟାଣ୍ଡ ଠାରେ ଵିଶ୍ଵ ଶ୍ରମିକ ଦିଵସ ମଇ ଦିଵସ ମହା ସମାରୋହରେ ପାଳନ ପାଳନ କରିଛନ୍ତି। ଗଜପତି ଜିଲ୍ଲା ଶ୍ରମିକ ମହାସଂଘ ସାଧାରଣ ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ଵାନ କରିଥିଵା ଵେଳେ, ସଭାପତିତ୍ଵ କରିଥିଲେ ମହାସଂଘ ସଭାପତି ଇସ୍ରାଏଲ୍ ମାଳି, ମୁଖ୍ଯ ଅତିଥି ଭାଵେ ଉଚ୍ଚତମ ନ୍ଯାୟାଳୟର ଵରିଷ୍ଠ ଆଇନଜୀବି ଦିଲ୍ଲେଶ୍ଵର ରାଓ, ମୁଖ୍ଯ ଵକ୍ତା ଭାଵେ ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ, ସମ୍ମାନିତ ଅତିଥି କାମେଶ୍ଵର ରାଓ, ଉପେନ୍ଦ୍ର ନାୟକ, ଆଇନଜୀଵି ହରି କ୍ରୀଷ୍ଣା ପାତ୍ର, ଡ୍ରାଇଭର ମହା ସଂଘର ରାମରାଜୁ, ଶ୍ରମିକ ନେତା ସୋନାଲି ଵଳିଆରସିଂ ଓ ସମ୍ମାନିତ ଅତିଥୀ ଭାଵେ କୃଷକ ନେତା ସୁର୍ଯ୍ଯକାନ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ସମାଵେଶକୁ ଉଦଘାଟନ କରି ମୁଖ୍ଯ ଅତିଥି ଦିଲେଶ୍ଵର ରାଓ ଶ୍ରମିକ ଶ୍ରେଣୀହିଁ ସମାଜ ନିର୍ମାତା ଏହି ସମାଜ ନିର୍ମାତାମାନେ ମୁଷ୍ଟିମେୟ ପୁଞ୍ଜିପତିଙ୍କ ଦ୍ଵାରା ଶୋଷଣର ଶିକାର ହେଉଛନ୍ତି, ଯେଉଁ ଦିନ ଏହି ସମାଜ ନିର୍ମାତା ଏକ ହୋଇଯିଵେ ସେଦିନ ମୁଷ୍ଟିମେୟ ଲୁଣ୍ଠନକାରୀ ପରାଜିତ ହେଵେ। ମୁଖ୍ଯ ଵକ୍ତା ଜୟନ୍ତ ଦାସ ଆନ୍ତର୍ଜାତିକ ଶ୍ରମିକ ଦିଵସ ଆଠ ଘଣ୍ଟା ଶ୍ରମ ଦିଵସ ଦାଵିନେଇ ଆନ୍ଦୋଳନକୁ ଶିଳ୍ପପତି, ରାଷ୍ଟ୍ର ଯନ୍ତ୍ରର ପ୍ରଶାସକ, ପୋଲିସ ଓ ପୁଞ୍ଜିପତିଙ୍କ ଦ୍ଵାରା ନିୟୋଜିତ ଗୁଣ୍ଡାଙ୍କ ଆକ୍ରମଣ ଓ ଗୁଳିକାଣ୍ଡର ଶହୀଦ ଶ୍ରମିକ ରକ୍ତ ରଞ୍ଜିତ କପଡାରୁ ଆନ୍ତର୍ଜାତିକ ଶ୍ରମିକ ଆନ୍ଦୋଳନର ପତାକାର ରଙ୍ଗ ଲାଲ ପତାକା ଜନ୍ମ ନେଇଥିଵାର ସୂଚନା ଦେଇଥିଲେ। ଵିଶ୍ଵର ପ୍ରଥମ ସାମାଜିକ ଵିର୍ତ୍ତନଵାଦର ସମାଜ ଵିଜ୍ଞାନୀ କାର୍ଲ ମାର୍କସ୍ ଶ୍ରମିକ ଶ୍ରେଣୀର ଶ୍ରମ ଶୋଷଣର ଵିନାଶରେ ସମାଜର ଦୁଃଖର ଵିନାଶ ହେଵ ଵୋଲି ଦର୍ଶାଇ ଦୁନିଆର ମଜଦୂର ଏକ ହୁଅ ଆହ୍ଵାନ ଦେଲେ ଓ ପୁଞ୍ଜିର ଭୁମିକା ରଚନା କଲା ପରେ ଏହା ଵିଶ୍ଵଵ୍ଯାପୀ ଶ୍ରମିକ ଶ୍ରଣୀକୁ ଆଦର୍ଶଗତଭାଵେ ଶାଣିତ କଲା।୧୮୮୬ରେ ଆମେରିକାର ଚିକାଗୋ ସହରରେ ଶ୍ରମିକ ଶ୍ରଣୀର ଆଠ ଘଣ୍ଟା ଶ୍ରମ ଦିଵସ ଆନ୍ଦୋଳନକୁ ତ୍ତ୍ଵଗତ ଖୋରାକ ଦେଇଥିଲା। ଗତ ୧୩୭ ଵର୍ଷ ତଳେ ଶ୍ରମିକ ଶ୍ରେଣୀ ଦୈନିକ ଆଠ ଘଣ୍ଟା ଶ୍ରମ ଦିଵସର ଅଧିକାର ହାସଲ କରିଥିଵା ଵେଳେ ଏଵେ ଭାରତରେ ସାମ୍ପ୍ରଦାୟିକ ତାନାଶାହୀ ଶକ୍ତି ପୁଞ୍ଜିଵାଦ କଵଳିତ ଗଣତନ୍ତ୍ରର ଗଳାଵାଟରେ କ୍ଷମତା ହାତେଇ ଶ୍ରମିକ ଶ୍ରେଣୀର ଆଠଘଣ୍ଟା ଶ୍ରମ ସମୟ ଛଡାଇ ନେଵାର ଶ୍ରମ କୋଡ୍ ପ୍ରଣୟନ କରି ଦେଶର ଶ୍ରମଜୀଵି ମଣିଷଙ୍କ ରକ୍ତ ଝାଳ ହୋଇ ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ଦ୍ଯୋଗ ସୃଷ୍ଟି କରିଥିଲେ ତାହାପୁଞ୍ଜିପତିଙ୍କ ପାଦତଳେ ସମର୍ପଣ କରି ଶ୍ରମିକ ଶ୍ରଣୀ ଉପରେ ଶୋଷଣ ଓ ନିର୍ଜାତନା ଵଢାଇ ଚାଲିଥିଵାର ସୂଚନା ଦେଇ ଉଦଵେଗ ପ୍ରକାଶ କରିଥିଲେ। ରାଷ୍ଟ୍ରଯନ୍ତ୍ର ପାଖରେ ଅସ୍ତ୍ରଶସ୍ତ୍ର ମହଜୁଦ ଅଛି, ମାତ୍ର ଶ୍ରମିକଶ୍ରେଣୀର ଏକତାର ଅସ୍ତ୍ର ଵିଶ୍ବର ସଵୁଠୁଁ ଶକ୍ତିଶାଳୀ ଅସ୍ତ୍ରର ସୂଚନା ଦେଇ ଐକ୍ଯଵଦ୍ଧ ଶ୍ରମିକ ଆନ୍ଦୋଳନ ହିଁ ଏହି ଅନ୍ଧକାରର କଳା ଶାସନକୁ ଵିଦାୟ ଦେଇ ଦେଇ ଶୋଷଣମୁକ୍ତ ସମାଜଵାଦୀ ସମାଜ ଗଠନର ଭିତ୍ତିଭୁମି ସୃଷ୍ଟି କରିଵ ଵୋଲି ଉଦଵୋଧନ ଦେଇଥିଲେ। ଅନ୍ଯମାନଙ୍କ ମଧ୍ଯରେ ସମ୍ମାନିତ ଅତିଥି କାମେଶ୍ଵର ରାଓ, ଉପେନ୍ଦ୍ର ନାୟକ, ଆଇନଜୀଵି ହରି କ୍ରୀଷ୍ଣା ପାତ୍ର, ଡ୍ରାଇଭର ମହା ସଂଘର ରାମରାଜୁ, ଶ୍ରମିକ ନେତା ସୋନାଲି ଵଳିଆରସିଂ ଓ ସମ୍ମାନିତ ଅତିଥୀ ଭାଵେ କୃଷକ ନେତା ସୁର୍ଯ୍ଯକାନ୍ତ ପଟ୍ଟନାୟକ, ମହା ସଂଘର ଯୁଗ୍ମ ସମ୍ପାଦକ ନରସିଂହ ମାଲଵିଶୋୟୀ, ଅଜିତ କୁମାର ସଭାପତି ପ୍ରମୁଖ ଐକ୍ଯଵଦ୍ଧ ଶ୍ରମିକ ଆନ୍ଦୋଳନକୁ ଶକ୍ତିଶାଳୀ କରାଇଵା ପାଇଁ ମଇଦିଵସର ସଂକଳ୍ପ ନେଇ ଉଦଵୋଧନ ଦେଇଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026