୧ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ସଦର ବ୍ଲକ ଉରାଳୀ ପଞ୍ଚାୟତର ତେଲଙ୍ଗାପେଣ୍ଠ ନିକଟସ୍ଥ କାଜିପୁର ଗ୍ରାମର ମା, ଦୁଲାଦେଈଙ୍କ ପୀଠରେ ଆରମ୍ଭ ହୋଇଥିବା ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ପରେ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ କଟକ ସଦର ଜିଲ୍ଲା ପରିଷଦ ଯୋନ୍ – ୪ ର ସଭ୍ୟା ଆଶାଲତା ବେହେରା ମୁଖ୍ୟ ଅତିଥି, ଉରାଳୀ ସରପଞ୍ଚ ଅଭିଶେକ ବେହେରା, ସିଏମସି ୫୮ ନମ୍ବର ୱ।ର୍ଡ଼ର ବିଜେଡ଼ି ସଭାପତି ବିକ୍ରମ ଶତପଥୀ,
ନୂଆଗଡ଼ ଗ୍ରାମ୍ୟ କମିଟିର ସଂପାଦକ ବିଜୟ କୁମାର ରାଉତରାୟ, ଅଢ଼ଙ୍ଗଡିହ ଗ୍ରାମ୍ୟ କମିଟିର ସଭାପତି ଜଳନ୍ଧର ବେହେରା, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ବ୍ୟୟଜ୍ୟେଷ୍ଠ ବ୍ୟକ୍ତି ଏବଂ କାଜିପୁର ଗ୍ରାମର ସଭାପତି, ସଂପାଦକଙ୍କୁ ମା, ଦୁଲାଦେଈ ଯଞ କମିଟିର ସଦସ୍ୟ ମାନେ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜିତ ଉତ୍ସବରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଯଞରେ କାଜିପୁର, ନଛିପୁର ,ଅମଣିଆଗୋରଡା, ସଇଁନ୍ଧା, ବାଲିସାହି, ବଢ଼େଇ ସାହି, ନୂଆଗଡ଼, କୋଠସାହି, ଢିଅନଛିପୁ ଆଦି ଗ୍ରାମର ଶ୍ରଦ୍ଧାଳୁ ମାନେ ଯଞରେ ଉପସ୍ଥିତ ରହି ମା, ଦୁଲାଦେଈଙ୍କ ଆଶୀର୍ବାଦ ନେଇଥିଲେ । ଶେଷରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କାଜିପୁର ଗ୍ରାମର ସମସ୍ତ ଯୁବକ, ସଭାପତି, ସମ୍ପାଦକ ଏବଂ ମୁରବୀ ମାନେ ସଚାରୁ ରୂପେ ଯଞ କାର୍ଯ୍ୟ ପରିଚାଳନା କରିଥିଲେ ।

