ନୟାଗଡ଼ ଚେସ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

୧ ମଇ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଚେସ ସଂଘର ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ନିର୍ବାଚନ ଫଳାଫଳ ରିଟର୍ଣିଂ ଅଫିସର ଲକ୍ଷ୍ମୀଧର ସାହୁ ଘୋଷଣା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ ।

ବିଦାୟୀ ସଭାପତି ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ସଂପାଦକ ସ୍ବଦେଶ ମିଶ୍ର ନୂତନ ସଭାପତି ଓ ସଂପାଦକଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିବାର ସୁଚନା ମିଳିଛି । ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଶ୍ରୀଧର ସାହୁ, ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ବଲାରସେନ ପାତ୍ର, ସହ ସଂପାଦକ ଉମାକାନ୍ତ ମିଶ୍ର, କୋଷାଧ୍ୟକ୍ଷ ତରୁଣ ଖାଁ ଏବଂ ପରିଚାଳନା କମିଟି ସଭ୍ୟ ହେଲେ ଭାଗିରଥି ଦାସ ଏବଂ ଅଜିତ ମିଶ୍ର .

Exit mobile version