ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମରେ ଗ୍ରହରାଜ ଶନିଦେବଙ୍କ ବାର୍ଷିକ ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଏରସମା :- ଗତ ଗୁରବାରଠାରୁ ରବିବାର ପର୍ଯ୍ୟନ୍ତ ଆୟୋଜିତ ଉତ୍ସବରେ ଅଙ୍କୁରୋପଣ, ଅଷ୍ଟମ ପ୍ରହର ନାମଜଜ୍ଞ, କଳସ ଶୋଭାଯାତ୍ରା, ଜଳାଭିଷେକ, ତୈଳାଭିଶେକ, ପୂର୍ଣ୍ଣାହୁତି, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ସ୍ଥାନୀୟ ପଣ୍ଡିତମାନଙ୍କ ଦ୍ବାରା ଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଥିଲା ବେଳେ ଉକ୍ତ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଉପସ୍ଥିତ ରହି ପ୍ରଭୁକୃପା ଲାଭ କରିଛନ୍ତି । ଅତିଥି ଭାବରେ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶାରଦା ପ୍ରସନ୍ନ ଜେନା, ରାଜ୍ୟ ମହିଳା ବିଜେଡି ସଂପାଦିକା ଇତିଶ୍ରୀ ଭୂୟାଁ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଅନିତା ଦାସ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବାଲିକୁଦା ଏରସମାର ସଂଗଠକ ଆଦିତ୍ୟ ନନ୍ଦନ ଦାସ, ପାର୍ଥ ସାରଥୀ ରାଉତ, ଅଦୈତ୍ୟ କୁମାର ଭୁୟାଁ, ନଳିନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଶନିଦେବଙ୍କ କୃପା ଲାଭ କରିଛନ୍ତି ।

Exit mobile version