ମଦ ପାଇଁ ଯୁବକ ଉନ୍ମାଦ ଉପାଖ୍ୟାନ

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ଼ ଥାନା ବର୍ଥଲା ଗାଁ ର ହିରୁ ସାହୁ ନାମକ ଜଣେ ଯୁବକ ମଦ ପିଇବାକୁ ପାଇନଥିବାରୁ ମଦ ମାଗିଥିବା ଦୁଇ ଜଣ ଯୁବକଙ୍କୁ ଦେଖି ସେମାନଙ୍କ ଉପସ୍ଥିତି ରେ ବର୍ଥଲା ଛକ ପାଖରେ ଥିବା ବଳଦେବ ଦ୍ଵାର ଗେଟ ଉପର କୁ ଚଢି ଉନ୍ମାଦ କରୁଥିବା ଦେଖିବାକୁ ମିଳିଛି । ପୁଲିସ ପହଞ୍ଚିଲା ପରେ ଯୁବକ ଜଣକ ଭୟ ରେ ଗେଟ ଉପରୁ ଉହ୍ଲାଇ ଆସିଥିବା ଜଣାପଡିଛି । ହିରୁ ତିନି ଦିନ ତଳେ ବର୍ଥଲା ଗାଁ ର ଦୁଇ ଜଣ ଯୁବକ ଙ୍କୁ ଏକ ବ୍ଳେଣ୍ଡରପ୍ରାଇଟ ନାମକ ଏକ ବିଦେଶି ମଦ ବୋତଳ ମାଗିଥିଲା । ଯୁବକ ଦ୍ଵେୟେ ଆଜି ଦେବୁ କାଳି ଦେବୁ ବୋଲି ଦିନ ଗଡ଼ାଇ ଚାଲିଥିଲେ । ଆଜି ମଧ୍ୟାହ୍ନ ସମୟ ରେ ହିରୁ ଉକ୍ତ ଦୁଇ ଯୁବକ ଙ୍କୁ ବଳଦେବ ଦ୍ଵାର ଗେଟ ସମ୍ମୁଖରେ ଭେଟ ପାଇଥିଲା । ସେମାନ ଙ୍କୁ ଦେଖି ପୁଣି ମଦ ମାଗିବାରୁ ଉକ୍ତ ଯୁବକ ଦ୍ଵୟ ନାରାଜ ହେବାରୁ ଯୁବକ ଜଣକ ବଳଦେବ ଦ୍ଵାର ଗେଟ ଉପରକୁ ଚଢ଼ି ନିଜର ଉନ୍ମଦ କାଣ୍ଡ ଦେଖାଇଥିଲା । ପରେ ଉକ୍ତ ଯୁବକ ମାନେ ହିରୁ ର ଏପରି ଘଟଣାଦେଖି ପୁଲିସ କୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବାପରେ ହିରୁ ଗେଟ ଉପରୁ ଓହ୍ଲାଇ ଦୈଡିଦୈଡି ପଲାଇ ଯାଇଥିଲେ ।

Exit mobile version