
୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- ଜଙ୍ଗଲି ବାହାରା ଭୟରେ କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡର ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଗ୍ରାମର ଜନ ସାଧାରଣ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି । ଙ୍ଗଲି ବାହାରା ଆକ୍ରମଣରେ ଅନେକ ଗୋରୁ ଗାଈ ଆହତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ୧୫ ଦିନ ଧରି ନୂଆଗଡ଼ ଗ୍ରାମର କୁଆଖାଇ ନଦୀ ପଠା ହାଡ଼ବାଇ ମନ୍ଦିର ପଛପଟ ଜଙ୍ଗଲରେ ରହୁଥିବା ଲୋକେ ଦେଖିବାକୁ ପାଇଛନ୍ତି । ବାରାହା ଭୟରେ ଗ୍ରାମର ଛୋଟ ପିଲାମାନେ ପଦାକୁ ବହାରିବାକୁ ଭୟ କରୁଛନ୍ତି । ସନ୍ଧ୍ୟାରୁ ରାତି ୧୨ଟା ପର୍ଯ୍ୟନ୍ତ ଗ୍ରାମର ୨୦ ରୁ ୩୦ ଯୁବକ ଠେଙ୍ଗା ଏବଂ ମାରଣାସ୍ତ୍ର ଧରି ନଦୀ ବନ୍ଧରେ ପ୍ରହରା ଦେଉଛନ୍ତି । ହେଲେ ବାରାହା କୁ ଧରିବା ପାଇଁ ଗ୍ରାମବାସୀ ଫରେଷ୍ଟରଙ୍କୁ ଜଣାଇଥିଲେ ମଧ୍ୟ ବନବିଭାଗ ପକ୍ଷରୁ ଏନେଇ ତତ୍ପରତା ଦେଖିବାକୁ ମିଳୁନାହିଁ । ଜଙ୍ଗଲ ବିଭାଗ କର୍ମଚାରୀ ମାନେ ତୁରନ୍ତ ଆତଙ୍କ ସୃଷ୍ଟି କରିଥିବା ବାରାହା କୁ ଧରି ନେଇଯିବା ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହେଉଛି ।

