Home ଓଡ଼ିଶା ରାଜ୍ୟ ସରକାରଙ୍କ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଉପରେ : ଅସନ୍ତୋଷ ବରଗଡ ଜିଲ୍ଲାର ଚାଷୀ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ଗୋଟେ ପଟେ ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ ଆସ୍ଥା ଓ ବିଶ୍ୱାଶ ଜିଣିପାରିଥିବା ବେଲେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ମାହୋଲ ବଢ଼ିଯାଇଛି… ୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବରଗଡ଼ ଜିଲ୍ଲା :- ଚାଷୀଙ୍କ ପାଇଁ କରାଯାଉଥିବା ପ୍ରକଳ୍ପ କୁନେଇ ଏବେ ଖୋଦ ଚାଷୀଙ୍କ ଭିତରେ ଲାଗିରହିଛି ବିରୋଧାଭାଷ | ଚାଷୀଙ୍କ ବିଲକୁ ବେଆଇନ ଭାବେ କୋଡି ପକାଇ ଜମିକୁ ନଷ୍ଟ କରିଦେଉଥିବା ନେଇ ଠିକା ସଂସ୍ଥା ବିରୋଧରେ ଧୀରେ ଧୀରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଆନ୍ଦୋଳନ | ବରଗଡ଼ ଜିଲ୍ଲାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଚାଲିଛି ମାଟିତଳେ ପାଇପ ଲାଇନ ବିଛାଇବା କାମ | ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ଏବଂ ପ୍ରାୟ ୩୫,୬୦୦କୃଷକ ଉପକୃତ ହେବେ ଏବଂ ରାଜ୍ୟ ସରକାର ମୁଖ୍ୟତଃ ଚାଷୀ ମାନଙ୍କ ପାଇଁ ଏହି ପ୍ରକଳ୍ପ କରିଥିବା ବେଳେ କିନ୍ତୁ ନିର୍ମାଣ କାର୍ଯ୍ୟ ତୁଲାଉଥିବା ଠିକା ସଂସ୍ଥାର ଦାଦାଗିରି ପାଇଁ ଆଜି ବରଗଡ ଜିଲ୍ଲାର ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢିବାରେ ଲାଗିଛି | ଠିକା ସଂସ୍ଥା ମାନେ ଚାଷୀ ମାନଙ୍କର ଚାଷ ଜମି ଭିତରେ ପଶି ଚାଷୀର ବିନା ଅନୁମତିରେ , ବିନା ସହମତିରେ ରାତାରାତି ଜମିକୁ ଖୋଲିପକାଇ ଚାଷ ଜମି ନଷ୍ଟ କରିପକାଉଛନ୍ତି ପାଇପ ସଂଯୋଗ କରିବାକୁ | ଗୋଟେପଟେ ରାଜ୍ୟ ସରକାର 2024 ନିର୍ବାଚନକୁ ଆଖିଆଗରେ ରଖି ବିରାଟ ପ୍ରକଳ୍ପ ଲୋକଙ୍କ ପାଖକୁ ଆଣିଥିବା ବେଳେ କିନ୍ତୁ ଅପରପଟେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକଳାପ ଠିକ ଓଲଟା ପରିଣତି ପାଇଁ ବିରୋଧୀଙ୍କୁ ଖୁରାକ ଯୋଗେଇଦେଇଛି | ସୂଚନା ଅନୁଯାୟୀ ଓଡିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୁଲ୍ୟରେ ବରଗଡ଼ ଜିଲ୍ଲାର ବିଜେପୁର,ବରପାଲି ଓ ସୋହେଲା ବ୍ଲକସହିତ ସୁବର୍ଣପୁର ଜିଲ୍ଲାର ଡ଼ୁଙ୍ଗୁରୀପାଲି ବ୍ଲକର ମରୁଡି ପ୍ରପୀଡିତ ୧୨୯ ଟି ଗ୍ରାମରେ ୨୫,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ କରିବା ସକାଶେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ତା୨୧.୦୨.୨୦୧୯ ରେ ବିଜେପୁର ଠାରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ହୀରାକୁଦ ବନ୍ଧ ଯୋଜନାର ବରଗଡ଼ ମୁଖ୍ୟ କେନାଲର ସମ୍ପୂର୍ଣ ଜଳ ପ୍ରବାହ ସ୍ତର ଠାରୁ ଏହି ଜମି ଗୁଡିକ ଉର୍ଦ୍ଧ୍ଵରେ ଥିବାରୁ ଏହା ଅଣଜଳସେଚିତ ଥିବାରୁ ରାଜ୍ୟ ସରକାର ଏହି ଅଞ୍ଚଳର ଚାଷୀଙ୍କ ପାଇଁ ଏହି ପ୍ରକଳ୍ପ ର ଯୋଜନା କରିଥିଲେ |ତେବେ ଏହି ପ୍ରକଳ୍ପରେ ଜଳ ବଣ୍ଟନ ପାଇଁ ମାଟିତଳେ ପାଣି ପାଇପ ବିଛାଇବା କାର୍ଯ୍ୟ ସଂପୂର୍ଣ୍ଣ ପାଇଁ M/s Megha Engineering & Infrastructures Limited ନାମକ କମ୍ପାନୀ ଏବଂ L & T Construction କମ୍ପାନୀ ସରକାରଙ୍କ ସହିତ ଚୁକ୍ତିନାମା କରି କାର୍ଯ୍ୟ।ରମ୍ଭ କରିଥଥିଲେ | ତେବେ 15 ଫୁଟର ଗାତ ଖୋଲି 10 ଫୁଟ ଉଚ୍ଚତା ବିଶିଷ୍ଟ ବିରାଟ ପାଇପ କୁ ମାଟିତଳେ ପୋତାଯିବାର ନିୟମ ରହିଛି ଯେପରି ପରବର୍ତ୍ତୀ ମୁହୂର୍ତ୍ତରେ ଚାଷୀକୁ ତାର ଚାଷ କାମରେ କୌଣସି ଅସୁବିଧା ନହୁଏ | ଅନ୍ୟପଟେ ଚାଷୀ ମାନଙ୍କ ସହିତ ଆପୋଷ ଆଲୋଚନା କରାଯାଇ ସମାଧାନ ପୂର୍ବକ ଏହି ପାଇପ ଲାଇନ କାମ କରାଯିବାର ନିର୍ଦେଶନାମା ରହିଛି | ମାତ୍ର କାମ କରୁଥିବା ଉଭୟ ଠିକା କମ୍ପାନୀ ଚାଷୀଙ୍କ ବିଲକୁ ବେଆଇନ ଭାବେ ପଶି ମନମୁଖୀ ମାଟି ଖୋଲି ଚାଲିଛନ୍ତି ଏବଂ ଚାଷୀ ଏହାକୁ ବିରୋଧ କଲେ ସରକାରଙ୍କ ନିର୍ଦେଶ ଅନୁଯାୟୀ କାମଚାଲିଛି ଏହାକୁ ଅଟକାଇଲେ ଜେଲ ଯିବାକୁ ପଡିବ କହି ଚାଷୀଙ୍କୁ ଭୟଭୀତ କରି ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି | ତେବେ ଚାଷୀର ବିଳରୁ 15 ଫୁଟ ତଳକୁ ମାଟି ଖୋଲାଯାଇ ଉଭୟ ପାର୍ଶ୍ଵରେ ପ୍ରାୟ 80 ଫୁଟ ଚାଷ ଜମିରେ ମାଟି ପକାଇଦିଆଯାଇଛି | ଯାହାଫଳରେ ବିଲରେ ମାଟି ଭର୍ତ୍ତି ହୋଇ ଆଉ ଚାଷ ଉପଯୋଗୀ ହୋଇ ରହିନାହି | ଠିକା କମ୍ପାନୀର ଦାଦାଗିରିରେ ବହୁ ପରିଶ୍ରମରେ କରିଥିବା ଚାଷ ଛାଡିବାକୁ ବାଧ୍ୟ ହେଉଛି ଚାଷୀ| ନିଜ ଆଖି ସାମନାରେ ନିଜ ଫସଲକୁ ମାଟିରେ ମିଶୁଥିବା ଦେଖୁଛି ଚାଷୀ | କମ୍ପାନୀ ର ଏପରି ଅତ୍ୟାଚାରରେ ଅତିଷ୍ଟ ହୋଇ ଚାଷୀକୁଳ ପ୍ରଶାସନର ଦ୍ଵାରସ୍ଥ ହେଲେ ମଧ୍ୟ ଶୁଣୁନାହାନ୍ତି କେହି | ଅନ୍ୟପଟେ ଚାଷୀର ବିଲରେ ମାଡିଥିବା ପାଣି ଗୋଟେ ପଟରୁ ଅନ୍ୟ ପଟକୁ ନଯାଇ ଚାଷ କାମ ସଂପୂର୍ଣ୍ଣ ଠପ ହୋଇପଡିଛି | କମ୍ପାନୀ ନିଜ କାମ ସାରି ଚାଲିଗଲା ପରେ ମଧ୍ୟ ଚାଷୀର ବିଲକୁ ପୁଣି ଚାଷ ଉପଯୋଗୀ କରିବାକୁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡିବ ଏବଂ ଦୀର୍ଘ ସମୟ ଲାଗିବ | ଅନ୍ୟପଟେ କିଛି ସ୍ଥାନରେ ମାଟିତଳେ ପୋତାଯାଇଥିବା ବିରାଟ ପାଣି ପାଇପ ଉପରୁ ମଧ୍ୟ ଦେଖାଯାଉଛି | ତେବେ ସେହି ସ୍ଥାନରେ ଚାଷୀ କିପରି ନିଜ ବିଲରେ ଚାଷକାମ କରିପାରିବ ଏହାକୁ ନେଇ ଚାଷୀ ମାନେ ଅଭିଯୋଗ କଲେ ମଧ୍ୟ କମ୍ପାନୀ ଆଦୌ ସୁନୁନଥିବା ଅଭିଯୋଗ ହୋଇଛି | ବର୍ତମାନ କାମ ଚାଲିଥିବା ସମୟରେ କମ୍ପାନୀ ର ଯଦି ଏପରି ମନୋଭାବ ତେବେ ପରେ କଣ କମ୍ପାନୀ ଶୁଣିବ ? କମ୍ପାନୀ ମାନଙ୍କର ବେଆଇନ କାର୍ଜ୍ୟାକଳାପ କୁନେଇ M/s Megha Engineering & Infrastructures Limited ନାମକ ଠିକା କମ୍ପାନୀର ପ୍ରୋଜେକ୍ଟ ହେଡ ଭି . ପ୍ରସନ୍ନ ଏବଂ ମେନେଜର ଶ୍ରୀକାନ୍ତ ନାଏକ ନାମକ ଦୁଇ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ଆଦୌ କାର୍ଯ୍ୟାନୁଷ୍ଠାନ ହୋଇନଥିଲା | ଗଙ୍ଗାଧର ଜଳ ପ୍ରକଳ୍ପ ପାଇଁ ଚାଷୀ ମାନେ ସ୍ୱତଃ ସହଯୋଗ କରିବାକୁ ଆଗେଇ ଆସୁଥିବା ବେଲେ ଠିକା କମ୍ପାନୀର ଏପରି ଦାଦାଗିରି ଯୋଗୁଁ ଆଜି ଚାଷୀ ମହଲରେ ଅସନ୍ତୋଷ ଲାଗିରହିଛି l ଠିକା କମ୍ପାନୀର ଏପରି କାର୍ଯ୍ୟକଳାପ ପାଇଁ ଲୋକଙ୍କ ମଧ୍ୟରେ ସରକାର ବିରୋଧୀ ମନୋଭାବ ବଢ଼ିବାରେ ଲାଗିଛି l ଗୋଟେ ପଟେ ସରକାର ଏତେ ବଡ଼ ପ୍ରକଳ୍ପ କରି ଚାଷୀଙ୍କ ଆସ୍ଥା ଓ ବିଶ୍ୱାଶ ଜିଣିପାରିଥିବା ବେଲେ ଅନ୍ୟପଟେ ଠିକା କମ୍ପାନୀର ଅତ୍ୟାଚାରରେ ସରକାରଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ର ମାହୋଲ ବଢ଼ିଯାଇଛି… Categories: ଓଡ଼ିଶା, ବରଗଡ଼, ହୋମ୍ Related Content ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ମାଲକାନଗିରିରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା : ୬୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ by Proprietor Abhimanyu Maharana November 1, 2026 ଗାଁ ସମ୍ପୂର୍ଣ ଅନ୍ଧାର, ବିପନ୍ନଙ୍କୁ ମିଳୁଛି ଗୋଳିଆ ପାଣି by Proprietor Abhimanyu Maharana November 1, 2026 ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026