Home ଓଡ଼ିଶା ସାହିତ୍ୟ ନାଟକ କଳା ପରିଷଦର ୨୪ତମ ବାର୍ଷିକ ଉତ୍ସବ by Proprietor Abhimanyu Maharana 4 years ago Share on FacebookShare on TwitterWhatsapp ୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଳାହାଣ୍ଡି :- କଳା, ସଂସ୍କୃତି, ସାହିତ୍ୟ ସର୍ବଦା ଅଜେୟ । ମଣିଷ ଶରୀର ମାଟିରେ ମିଶିଯାଏ କିନ୍ତୁ ତାର କଳା, ସଂସ୍କୃତି, ସାହିତ୍ୟ ଭଳି ଅନବଦ୍ୟ ସୃଷ୍ଟି ତାକୁ ଅମର କରିଦିଏ । ଏଭଳି ଭାବରେ କଳା, ସଂସ୍କୃତ,ସାହିତ୍ୟ ଓ ଲୋକକଳାର ଉତ୍କର୍ଷତା ପ୍ରତିପାଦନ କରିପାରୁଥିବା ରେଖପୁର ମାଟି ସାରା ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏ ମାଟିର ଅନନ୍ୟ ପ୍ରତିଭା ପଦ୍ମଲୋଚନ ଭୋଇଙ୍କ ମାନସ ସନ୍ତାନ ‘ସାହିତ୍ୟ ନାଟକ କଳା ପରିଷଦ’ ଆଜି ୨୪ ବର୍ଷରେ ପଦାର୍ପଣ କରିବା ସହିତ ଏକ ବିଶାଳ ଦ୍ରୁମରେ ପରିଣତ ହୋଇଛି । ଏହି ମହନୀୟ ପରମ୍ପରାକୁ ବଜାୟ ରଖିବା ଆଜି ଦିନର ଆହ୍ବାନ ବୋଲି ଆଜି ନର୍ଲା ବ୍ଲକ ରେଖପୁରସ୍ଥିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସାହିତ୍ୟ ନାଟକ କଳା ପରିଷଦର ୨୪ତମ ବାର୍ଷିକ ମହୋତ୍ସବ ଅବସରରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗ୍ରାମର ଧରଣୀ ପୀଠରୁ ମଶାଲଯାତ୍ରା ପରେପରେ ମହୋତ୍ସବର ଶୁଭାରମ୍ଭ ହୋଇଥିଲା । ପ୍ରଥମ ଅଧିବେଶନ ତଥା ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ପଞ୍ଚାନନ ତାଣ୍ଡି ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆଶୁକବି ମଧୁସୂଦନ ରାଉତ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ଓ ଆଲୋଚକ କୁମୁଦ ନାଏକ, କବି ଓ ଗାଳ୍ପିକ ଗଣପତି ନାୟକ, କବି ଓ ଗବେଷକ କ୍ଷିତୀଶଚନ୍ଦ୍ର ମାଝୀ, ଯୁବକବି ଓ ଲେଖକ ସୁଶୀଲ କୁମାର ବାଗ, ନର୍ଲା ସରପଞ୍ଚ ତନୁଜା ହରପାଲ, ବାଲସିଙ୍ଗା ସରପଞ୍ଚ ପୂଜା ସାରିନୋଭା ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । ସାହିତ୍ୟ ନାଟକ କଳା ପରିଷଦର ମୁଖ୍ୟ ପ୍ରକାଶଚନ୍ଦ୍ର ଭୋଇଙ୍କ ଆବାହକତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ପରିଷଦର ଉପସଭାପତି ନୀଳକଣ୍ଠ ଦଣ୍ଡସେନା ସଭାପତିତ୍ବ କରିଥିବାବେଳେ କବି ଅରୁଣ କୁମାର ପ୍ରଧାନୀ ସଭା ପରିଚାଳନା ଓ ସୁଶ୍ରୀ ଝରଣା ପ୍ରଧାନୀ କବିତା ସଂଯୋଜନା କରିଥିଲେ । ଏହି ଅବସରରେ କବି ଅଧ୍ୟାପିକା ବାସନ୍ତୀ ସାହୁ, ନରସିଂହ ଥପା, ନରୋତ୍ତମ କରୁଆଁ, ଜୟ ବିଭାର, ପିତାମ୍ବର ଗଉଡ଼ଙ୍କ ସମେତ ଅନେକ କବି ଓ କବୟିତ୍ରୀ ସ୍ବରଚିତ କବିତାପାଠ କରିଥିଲେ । ଏଇ ଅବସରରେ କବି ହିମାଞ୍ଚଳ ସାହୁଙ୍କୁ ପଦ୍ମଲୋଚନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସାହିତ୍ୟ ନାଟକ କଳା ପରିଷଦର ସଂପାଦକ ଗୋଲକବିହାରୀ ଭୋଇ, କୋଷାଧ୍ୟକ୍ଷ ଯଦୁମଣି ସେଲମା, ସଦସ୍ୟ ମନୋଜ କୁମାର ଜାଲ, ସତ୍ୟଧର୍ମ ଭୋଇ, ସୁରେଶ ଜାଲ, ଲୋହିତ ପ୍ରସାଦ ଭୋଇ, ବେଦବ୍ୟାସ ଭୋଇ, ଲବୀନ୍ଦ୍ର ସେଲମା, ଉମାଶଙ୍କର ଭୋଇ, ଅର୍ଜୁନ ବାଗ, ତିରଣ ହରପାଲ, ତ୍ରିଲକ୍ଷ୍ୟ ହରପାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ପଡ଼ିଆ ପଞ୍ଚାୟତ ସମିତିଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର : ୧୨ ଗୋଟି ଅଭିଯୋଗପତ୍ର ଗ୍ରହଣ by Proprietor Abhimanyu Maharana November 2, 2026 Greenply Launches India’s first Laminate Flooring with HDMR Core Technology by Proprietor Abhimanyu Maharana November 2, 2026 ଗ୍ରୀନ୍ପ୍ଲାଇ ଆଣିଲା ଏଚ୍ଡିଏମ୍ଆର୍ କୋର୍ ଟେକ୍ନୋଲୋଜି ବିଶିଷ୍ଟ ଭାରତର ପ୍ରଥମ ଲେମିନେଟ୍ ଫ୍ଲୋରିଂ by Proprietor Abhimanyu Maharana November 2, 2026 TPSODL CEO Visits Cyclone-Hit Areas to Drive Faster Power Restoration by Proprietor Abhimanyu Maharana November 2, 2026 ପୁନଃସ୍ଥାପନ କାର୍ଯ୍ୟର ତଦାରଖ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଟିପିଏସ୍ଓଡିଏଲ୍ ସିଇଓ by Proprietor Abhimanyu Maharana November 2, 2026 Power Supply Restored in Aska urban area by Proprietor Abhimanyu Maharana November 2, 2026