Home ଓଡ଼ିଶା ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ : ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ହେଲେ ଅଜିତ ମହାନ୍ତି by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାରିପଦା :- କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ବଡ଼ ବଡ଼ ପଦରେ ଏକାଧିକ ଓଡ଼ିଆ ଅବସ୍ଥାପିତ ହୋଇଛନ୍ତି । ତେବେ ଏହା ମଧ୍ୟରେ ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ଡ. ଅଜିତ ମହାନ୍ତି ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ହୋଇଛନ୍ତି । ଆଟୋମିକ ଏନର୍ଜି ଡିପାର୍ଟମେଣ୍ଟର ସେକ୍ରେଟାରୀ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ । ବର୍ତ୍ତମାନ ଶ୍ରୀ ମହାନ୍ତି ଭାବା ଆଟୋମିକ୍ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ଗତ ୨୦୧୯ରୁ ଏହି ପଦ ସମ୍ଭାଳୁଛନ୍ତି । ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଅଜିତ ଭାବା ଆଟୋମିକ୍ ରିସର୍ଚ୍ଚ କେନ୍ଦ୍ରର ଡାଇରେକ୍ଟର ଭାବେ ନିଯୁକ୍ତି ପାଇଥିଲେ । ଗତ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିବା ଅଜିତ ୧୯୭୯ରେ ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଏମ.ପିସି କଲେଜକୁ ପଦାର୍ଥ ବିଜ୍ଞାନରେ ଗ୍ରାଜୁଏଟରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ୧୯୮୧ରେ କଟକର ରେଭେନ୍ସା କଲେଜରୁ ପୋଷ୍ଟଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିଲେ । ଶ୍ରୀ ମହାନ୍ତି ୬୬ ବର୍ଷ ବୟସ ପର୍ଯ୍ୟନ୍ତ ଆଣବିକ ଶକ୍ତି ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱରେ ରହିବେ । ଆସନ୍ତା ୨୦୨୫ ମସିହା ଅକ୍ଟୋବର ମାସ ୧୦ ତାରିଖରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବ । ଅଜିତଙ୍କ ନିଯୁକ୍ତିକୁ ଗତ ୨୯ ତାରିଖରେ କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ମଞ୍ଜୁରୀ ପ୍ରଦାନ କରିଥିଲା । ଅଜିତ ବିଭିନ୍ନ ସଂସ୍ଥାରେ ସମ୍ମାନଜନକ ପଦରେ କାର୍ଯ୍ୟ କରିଥିଲେ । ଭାରତୀୟ ଫିଜିକ୍ସ ସୋସାଇଟି ପକ୍ଷରୁ ଗତ ୧୯୮୮ରେ ତାଙ୍କୁ ଯୁବ ପଦାର୍ଥ ବିଜ୍ଞାନୀ ପୁରସ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ୧୯୯୧ରେ ସେ ଜାତୀୟ ବିଜ୍ଞାନ ଏକାଡେମୀ ତରଫରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ Categories: ଓଡ଼ିଶା, ବାଲେଶ୍ଵର, ହୋମ୍ Related Content ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ by Proprietor Abhimanyu Maharana September 20, 2026 ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ by Proprietor Abhimanyu Maharana September 20, 2026 ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ by Proprietor Abhimanyu Maharana September 20, 2026 ଓଡିଶା ପ୍ରାନ୍ତର ଏକ ନମ୍ବର ହେବ ପୁରୀ ଯୋଗଜିଲ୍ଲା : ମନମୋହନ by Proprietor Abhimanyu Maharana September 20, 2026 ୨୬ତମ ଗଣପତି ମହୋତ୍ସବ ଉଦଯାପିତ by Proprietor Abhimanyu Maharana September 20, 2026