ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ମଧୁ ବାବୁଙ୍କ ୧୭୫ତମ ଜୟନ୍ତୀ ପାଳିତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ବାର୍ ଆସୋସିଏସନ୍ ପକ୍ଷରୁ ମଧୁବାବୁଙ୍କ ୧୭୫ତମ ଜୟନ୍ତୀ ପାଳିତ, ମଧୁବାବୁଙ୍କୁ ଭାରତରତ୍ନ ସମ୍ମାନ ପାଇଁ ଦାବୀ ଉପସ୍ଥାପନ । ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣର ମୂଖ୍ୟ ପୁରୁଧା ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ୧୭୫ ତମ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ଜଟଣୀ ଜେ.ଏମ୍.ଏଫ୍.ସି କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଜଟଣୀ ବାର୍ ଆସୋସିଏସନ୍ ସଭାପତି ନିରଞ୍ଜନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମାନ୍ୟବର ଲୋକାୟୁକ୍ତ ବିଚାରପତି ଶ୍ରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଜିଲ୍ଲା ଜର୍ଜ୍ ଶ୍ରୀ ବିରଞ୍ଚି କୁମାର ରଥ, ଜଟଣୀ ଜେ.ଏମ୍.ଏଫ୍.ସି କୋର୍ଟ ବିଚାରପତି ଶ୍ରୀମତୀ ହିତେଶ୍ରୀ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବାବେଳେ ବିଶିଷ୍ଟ ଐତିହାସିକ ଶ୍ରୀ ସତ୍ୟବାଦୀ ବଳିଆରସିଂ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଅପୂର୍ବ ଓଡ଼ିଶା ପ୍ରୀତି, ଜାତୀୟତା ବାଦ, ସମାଜ ସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ।ଆୟୋଜିତ ସଭାରେ ଅତିଥି ଗଣ କହିଥିଲେ ଯେ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କୁ ଭାରତ ରତ୍ନ ପ୍ରଦାନ୍ ପାଇଁ ଦାବୀ ଜୋର୍ ଧରିଛି ଏ ନେଇ ରାଜଧାନୀର ବିଭିନ୍ନ ଆଇନଜୀବୀ ଏବଂ ଜଟଣୀ ର ଆଇନଜିବି ଓ ବୁଦ୍ଧିଜୀବୀ ଙ୍କ ଉପସ୍ଥିତି ରେ ଜଟଣୀ ଯୁଡ଼ିଶିଆଲ କୋର୍ଟ ନିକଟରୁ ଦସ୍ତଖତ ଅଭିଯାନ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଉଛି ସଂସଦ ଭବନରେ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନା, ମଧୁବାବୁ ଙ୍କ ନାମରେ ରେଳଗାଡ଼ି ଚଲାଇବା,ତା’ଙ୍କ ଜୟନ୍ତୀ ଦିନକୁ ସରକାରୀ ଛୁଟି ଘୋଷଣା ଓ କୋର୍ଟକୁ ସଂଲଗ୍ନ ରାସ୍ତା ଗୁଡ଼ିକୁ ମଧୁବାବୁ ଙ୍କ ନାମରେ ନାମକରଣ ପାଇଁ ଦାବୀ ଉପସ୍ଥାପନ କରିବା ସହିତ ମଧୁବାବୁ ଙ୍କୁ ଓଡ଼ିଆ ଜାତିର ସମ୍ମାନ କି’ଭଳି ଜାତିର ପିତା ମହାତ୍ମା ଗାନ୍ଧୀ, ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ, ଜନସଂଘ ତଥା ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ପ୍ରସାଦ ମୁଖାର୍ଜୀ ଓ ଭାରତ ର ପ୍ରଥମ ପ୍ରଧାମନ୍ତ୍ରୀ ପଣ୍ତିତ ଜବାହରଲାଲ ନେହେରୁ ଆଦି ବହୁ ବ୍ୟକ୍ତି କିପରି ମଧୁବାବୁ ଙ୍କୁ ପ୍ରେରଣା ବ୍ୟକ୍ତିତ୍ଵ ଭାବେ ସମ୍ମାନ ଦେଉଥିଲେ ଆଲୋକପାତ କରିଥିଲେ।

ଏହି ଅବସରରେ ଅତିଥି ଗଣ ଜଟଣୀ ମାରୱାଡ଼ି ଯୁବ ମୋର୍ଚ୍ଚା କୁ ଜଟଣୀ ରତ୍ନ ସମ୍ମାନ ରେ ସମ୍ମାନୀତ କରିବା ସହିତ ସମାଜରେ ଉଲ୍ଲେଖନିୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଙ୍କୁ ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଆଇନଜୀବୀ ଅକ୍ଷାଂଶୁ ନାୟକ, ବିଜୟ ମହାପାତ୍ର, ପ୍ରଦୀପ ଜେନା, ଅମର ମିଶ୍ର,ବାଉରୀ ବନ୍ଧୁ ସାହୁ, ଶାନୂଜ ମିଶ୍ର ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

Exit mobile version