ଚନ୍ଦକା ବିଜେପି ମଣ୍ଡଳ କାର୍ଯ୍ୟାଳୟ ରେ ମନ୍ କି ବାତ୍

୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ  :- ଆଜି ଚନ୍ଦକା ବିଜେପି ମଣ୍ଡଳ କାର୍ଯ୍ୟଳୟ ଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦଜୀ ଙ୍କ ଦେଶବାସିଙ୍କୁ ଅନନ୍ୟ ରେଡ଼ିଓ ସମ୍ବୋଧନ କାର୍ଯ୍ୟକ୍ରମ “ମନ୍ କି ବାତ୍ ୧୦୦”କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ପ୍ରବକ୍ତା ତଥା ବରିଷ୍ଠ ନେତା ସୁଦୀପ୍ତ ରାୟଙ୍କ ଉପସ୍ଥିତିରେ ଶତାଧିକ ଲୋକ ବସି ଶୁଣିଥିଲେ ।ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଡାକ୍ତର ବେହେରା, ଖୋର୍ଦ୍ଧା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନରେନ୍ଦ୍ର ବଡ଼ଜେନା,ମଣ୍ଡଳ ସଭାପତି ନରେନ୍ଦ୍ର ସାହୁ ଙ୍କ ସମେତ ମଣ୍ଡଳର ବହୁ ବରିଷ୍ଠ ଏବଂ ଯୁବ କାର୍ଯ୍ୟକର୍ତ୍ତାଙ୍କ ସହିତ ଶତାଧିକ ବିଜେପି ବା ମୋଦୀ ପ୍ରେମୀ ମାନେ ଯୋଗ ଦେଇଥିଲେ ।

 

Exit mobile version