ମା’ମଙ୍ଗଳା ଯଜ୍ଞ ପୂର୍ଶହୁତି ଓ ସମ୍ବର୍ଦ୍ଧନା ସଭା

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କୋରାଇ :- ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତସ୍ଥିତ ଭିକିପୁର ଗ୍ରାମର ହରିଗୋସେଇଁ ସଂପର୍କ ସ୍ଵେଚ୍ଛାସେବୀ ସଂଗଠନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ମା’ ମଙ୍ଗଳା ମନ୍ଦିରର ଯତ୍ସବ ପୂର୍ବଦୁତି ହୋଇଯାଇଛି । ୪ ଦିନଧରି ଅନୁଷ୍ଠିତ ମା’ଙ୍କ ଯଜ୍ଞକୁ ବ୍ରାହ୍ମଣ ପଣ୍ଡିତ ରାଜକିଶୋର ରଥଶର୍ମା ତତ୍ବାବଧନାରେ ୭ଜଣ ବ୍ରାହ୍ମଣ କାର୍ଯ୍ୟନିର୍ବାହକ କରୁଥିଲା ବେଳେ ଶାନ୍ତି ଶୃଙ୍ଖଳାର ସହ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହୋଇଛି । ପୂର୍ଣ୍ଣାହୁତି ଅବସରରେ ଏକ ସଭା ସଂଗଠନର ସଭାପତି ଦୃଷିକେଶ ମହଲାଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକମ୍ରରେ ମୁଖ୍ୟଅତିଥିଭାବେ ଯାଜପୁରୋଡ ଆଦର୍ଶ ଆନାର ଇନିସ୍ପେକ୍ଟର ଉପେନ୍ଦ୍ରକୁମାର ପ୍ରଧାନ ଯୋଗଦେଇ ‘ସମାଜ’ କୋରାଇ ପ୍ରତିନିଧି ମଳୟ କୁମାର ମଲ୍ଲିକଙ୍କ ସମେତ ସାମ୍ବାଦିକ ବିରଂଚିନାରାୟଣ ପୁଂଟିଆ,ଯଜ୍ଞଦତ ତ୍ରିପାଠୀ, ପବିତ୍ର କୁମାର ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ମାନପତ୍ର ଦେଇ ସମ୍ବର୍ଜିତ କରିଥିଲେ । ଏଥିସହିତ ଅନୁଷ୍ଠାନ ପକ୍ଷରୁ ଘୋଡ଼ାନଚମୁଖ୍ୟ ବିଦ୍ୟାଧର ବେହେରା ତାଙ୍କ ସାଥୀମାନଙ୍କ ସମେତ ଇନିସ୍ପେକ୍ଟର ଶ୍ରୀ ପ୍ରଧାନଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ସଭ୍ୟ ଶରତଚନ୍ଦ୍ର ବିଶ୍ବାଳ ଅତିଥି ପରିଚୟ ଦେଇଥିଲା ବେଳେ ଚକ୍ରଧର ପାଢୀ ସ୍ଵାଗତ ଭାଷଣ ଦେଇଥିଲେ । ସୁଧାଂଶୁଶେଖର ପାଢୀ ସଂପାଦକ ବାର୍ଷିକ ବିବରଣୀ ପ୍ରଦାନକରିଥିଲା ବେଳେ ଶେଷରେ ପୂର୍ବତନ ପ୍ରମାମୁଖ୍ୟ ନଟବର ଜେନା ଧନ୍ୟଦାବ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଜଳଧର ଜେନା, ସନାତନ ଜେନା, ନନ୍ଦକିଶୋର ମାଝୀ, ଅଭିମନ୍ୟୁ ଜେନା, ପ୍ରକାଶଚନ୍ଦ୍ର ଭଞ୍ଜ, ଯଶୋବନ୍ତ ସାହୁ, ବଳରାମ ସାହୁ, ପ୍ରଦୀପ୍ତ ସାହୁ, ପରୀକ୍ଷତ ସାହୁ, ମାୟାଧର ସାହୁ, ପ୍ରମୋଦ ସାହୁ, କ୍ଷୀରୋଦ ସାହୁ, ଅନିଲ ପାଢୀ, ପ୍ରକାଶ ସାହୁ, ପ୍ରମୋଦ ସାହୁ, ଦିଲ୍ଲୀପ ସାହୁ, ପ୍ରଦୀପ୍ତ ସାହୁ, ବାସୁଦେବ ସାହୁ, ବେଣୁଧର ପୃଷ୍ଟି, ରାଜେଶ ସାହୁ, ବିବେକ ପୃଷ୍ଟି, ଜଗବନ୍ଧୁ ଜେନା, ରାଜେନ୍ଦ୍ର ଜେନା, ଚନ୍ଦ୍ରଶେଖର ପାଢୀ, ଦୁଃଶାସନ ଜେନା, ଶିବପ୍ରସାଦ ସାହୁ, ଯୁଧୁଷ୍ଠିର ସାହୁ, କାଳନ୍ଦି ସାହୁ, ସୁନିଲ ପାଢୀ, ଗଣେଶ ସାହୁ, ବୀରବର ସାହୁ, ହରିହର ସାହୁ, ମାୟାଧର ସାହୁ, ଆଦିତ୍ୟ ଜେନା, ଶୁଭମ୍ ସାହୁ, ଚନ୍ଦନ ସାହୁ, ବ୍ରହ୍ମାନନ୍ଦ ମହଲା, ଜଗନ୍ନାଥ ସାହୁ, ରାମଚନ୍ଦ୍ର ସାହୁ, ଶତ୍ରୁଗୁ ସାହୁ ପ୍ରମୁଖ କର୍ମକର୍ତା ଓ ଗୁମାବାସୀ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Exit mobile version