ଜାତୀୟ ରାଜପଥ ପାର୍ଶ୍ୱ ପାହାଳ ଠାରେ ନୂତନ ଅଗ୍ନିଶମ ଓ ଜରୁରୀ କାଳୀନ ସେବା କେନ୍ଦ୍ର ଉଦଘାଟିତ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ବିଏମସି ୪ ନମ୍ବର ୱାର୍ଡର, ପାହାଳ ଡାକ୍ତରଖାନା ପରିସରରେ ରବିବାର ଦିନ ନୂତନ ଭାବେ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି କେନ୍ଦ୍ରକୁ ଓଡିଶା ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ସୁରେଶ କୁମାର ଉପାଧ୍ୟାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟିତ ଅଗ୍ନିଶମ କେନ୍ଦ୍ରର ସ୍ଵତନ୍ତ୍ର ଗୃହ ନଥିବାରୁ ଏହା ଅସ୍ଥାୟୀ ଭାବେ ମେଡିକାଲ ପରିସରରେ କାର୍ଯ୍ୟ କରିବ ।ବିଗତ ଦିନରେ ପାହାଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟୁଥିଲା ବେଳେ, ନିକଟସ୍ଥ ବାଲିଅନ୍ତା ଅଗ୍ନିଶମ କେନ୍ଦ୍ର ଉପରେ ଜନସାଧାରଣ ନିର୍ଭର କରିବାକୁ ପଡୁଥିଲା । ଫଳରେ ଅଗ୍ନିକାଣ୍ଡ ଘଟି ଅନେକ ସମୟରେ ବହୁ ଧନ ଜୀବନ କ୍ଷତି ଘଟୁଥିଲା । ଦୀର୍ଘଦିନ ପରେ ଅଗ୍ନିଶମ କେନ୍ଦ୍ର ଏଠାରେ ଖୋଲିବାରୁ ଘଟୁଥିବା କ୍ଷୟକ୍ଷତିର ପରିମାଣ ହ୍ରାସ ହୋଇ ପାରିବ । ୧୬ ନମ୍ଵର୍ ଜାତୀୟ ରାଜପଥର ଚଣ୍ଡିଖୋଲ ଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ କୌଣସି ଅଗ୍ନିଶମ କେନ୍ଦ୍ର ନଥିବାରୁ ୧୬ ନମ୍ବର ଜାତୀୟ ରାଜ ପଥରେ ଦୁର୍ଘଟଣା ଘଟି ଧରଜୀବନ ହାନି ଘଟୁଥିଲା । ଏବେ ପାହାଳ ଠାରେ ଜରୁରୀକାଳୀନ ସେବା ଏବଂ ଅଗ୍ନି ଶମ କେନ୍ଦ୍ର ଖୋଲା ଯାଇଥିବାରୁ ଦୁର୍ଘଟଣା ସ୍ଥଳରେ ଅଗ୍ନି ଶମ କର୍ମଚାରୀ ମାନେ କମ ସମୟରେ ଘଟଣା ସ୍ଥଳରେ ପହଞ୍ଚି ପାରିବେ । ଏଥି ସହିତ ଆଖପାଖ ଅଞ୍ଚଳର ଜନସାଧାରଣ ଏହି କେନ୍ଦ୍ରରୁ ଶୀଘ୍ର ସହାୟତା ପାଇ ପାରିବେ । ଏହା ସହିତ ଅଗ୍ନି ଶମ କର୍ମଚାରୀ ମାନେ ଉନ୍ନତ ଧରଣର ଯନ୍ତ୍ରପାତି ପ୍ରୟୋଗ କରି ଦୁର୍ଘଟଣା ରୁ ଯାତ୍ରୀ ମାନଙ୍କୁ ସୁରକ୍ଷା ଯୋଗାଇ ଦେଇ ପାରିବେ ବୋଲି ଓଡିଶା ଅଗ୍ନିଶମ ବିଭାଗ ମୁଖ୍ୟ ସୁରେଶ କୁମାର ଉପପାଧ୍ୟାୟ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ଡିଆଇଜି ଚରଣ ସିଂ ମୀନ,ମୁଖ୍ୟ ଫ୍ୟାୟର ଅଫିସର ରମେଶ ଚନ୍ଦ୍ର ମାଝୀ,ଦେବେନ୍ଦ୍ର ସ୍ଵାଇଁ, ବିଏମସି ଡେପୁଟି ମେୟର ମଞ୍ଜୁଲତା କଅଁର , ସମାଜ ସେବୀ ଅକ୍ଷୟ କୁମାର ଲେଙ୍କା, ପୂର୍ବତନ ସରପଞ୍ଚ ବଂଶୀଧର ଭୋଳ, ପଦ୍ମନାଭ ପଟ୍ଟନାୟକ, ଅଜିତ ଷଡଙ୍ଗୀ, ପ୍ରମୂଖ ଯୋଗଦେଇଥିଲେ ।

Exit mobile version