Home ଓଡ଼ିଶା ଖେତ ମଜଦୂରଙ୍କସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରା ଯାଉ – ଵି.କେ.ଏମ୍.ୟୁ. by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଦେଶର ସର୍ଵ ପ୍ରଥମ କୃଷି ଓ ଗ୍ରାମିଣ ଶ୍ରମିକସଂଗଠନ “ଭାରତୀୟ ଖେତମଜଦୂର ୟୁନିୟନ” ର ୧୦ମ ରାଜ୍ଯ ସମ୍ମିଳନୀ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲଠାରେ ଉଦଘାଟିତ ହୋଇ ଯାଇଛି । ଆଜି ପୁର୍ଵାହ୍ନ ୧୧ଟାରେ ଵିକେଏମୟୁର ଲଢୁଆ ଲାଲ ପତାକାକୁ ଵିକେଏମୟୁ ରାଜ୍ଯ ସମ୍ପାଦକ କମ୍ରେଡ୍ ସୁର ଜେନା ଉତ୍ତୋଳନ କଲା ପରେ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରା ସହର ପରିକ୍ରମା କରି ଏହି ସମ୍ମିଳନୀର ଖୋଲା ଅଧିଵେଶନ ଵିକେଏମୟୁ ରାଜ୍ଯ ସଭାପତି କମ୍ରେଡ୍ ଜନ୍ନା ସୁଵାସ ରାଓଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀକୁ ଭାରତୀୟ ଖେତ ମଜଦୂର ୟୁନିୟନର ସର୍ଵ ଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଗୁଲଜାର ସିଂହ ଗୋରିଆ ଉଦଘାଟନ କରି ସମଗ୍ର ଦେଶର କୃଷି କ୍ଷେତ୍ର ଗ୍ରାମୀଣ କ୍ଷେତ୍ରରେ ଶ୍ରମ କରି ଜୀଵିକା ଅର୍ଜନ କରୁଥିବା ଖେତ ମଜଦୂରଙ୍କଦୈନିକ ସର୍ଵନିମ୍ନ ମଜୁରୀ ୭ଶହ ଟଙ୍କା, ଖେତ ମଜଦୂରଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନପ୍ରଣୟନ, ଆଦିଵାସୀ, ଦଳିତ ଓ ପଛୁଆ ଵର୍ଗର ଭୁମିହୀନ ଓ ଗୃହ ହୀନଙ୍କୁ ଘରଡିହ ଓ ଦଖଲ ସରକାରୀ ଜମି ଓ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ, ଖେତ ମଜଦୂରଙ୍କ ଆଵାସ ଗୃହ ନିର୍ମାଣ ପାଇଁ ଅନ୍ଯୁନ୫ଲକ୍ଷ ଟଙ୍କାର ଆଵାସ ସହାୟତା ପ୍ରଦାନ, ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଶହ ଦିନର ନିଶ୍ଚିତ କର୍ମ ନିଯୁକ୍ତି, ନାମ ମାତ୍ର, କ୍ଷୁଦ୍ର ଓ ମଧ୍ଯମ କୃଷକଙ୍କ କୃଷି କ୍ଷେତ୍ରର ଶ୍ରମକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସାମିଲ କରି କୃଷି ଓ କୃଷକଙ୍କୁ ସହାୟତା ପ୍ରଦାନ,ଵାର୍ଦ୍ଧକ୍ଯ ହେଲେ ଖେତ ମଜଦୂରଙ୍କୁ ଵାର୍ଦ୍ଧକ୍ଯ ଭତ୍ତା ଵାଵଦରେ ମାସିକ ୫ହଜାର ଟଙ୍କାର ଭତ୍ତା ପ୍ରଦାନ, ସାର୍ଵଜନୀନ ଵଣ୍ଟନ ଵ୍ଯଵସ୍ଥାକୁ ଫଳପ୍ରଦ ଓ ସକ୍ରୀୟ କରିଵା ପାଇଁ ସମସ୍ତ ଅତ୍ଯାଵଶ୍ଯକୀୟ ସାମଗ୍ରୀ ସୁଲଭ ମୂଲ୍ଯରେ ରାସନ ଭାଵେ ଯୋଗାଣ, ଦର ଦାମ ଵୃଦ୍ଧି ଵନ୍ଦ କର ଦାଵିରେ ଦେଶଵ୍ଯାପୀ ଶକ୍ତିଶାଳୀ ଆନ୍ଦୋଳନର ଆହ୍ଵାନ ଦେଇଥିଲେ । ଏହି ଖୋଲା ଅଧିଵେଶନରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟିର ରାଜ୍ଯ ସମ୍ପାଦକ କମ୍ରେଡ୍ ଅଭୟ ସାହୁ, ଅଖିଳ ଭାରତ କୃଷକ ସଭାର ସର୍ଵ ଭାରତୀୟ ଉପସଭାପତି କମ୍ରେଡ୍ ଆଶିଷ କାନୁନଗୋ, ନିଖିଳ ଓଡିଶା ଏନ. ଆର୍.ଇ.ଜି.ଏ. ଶ୍ରମିକ ସଂଘର ରାଜ୍ଯ ସଭାପତି କମ୍ରେଡ୍ ଜୟନ୍ତ ଦାସ, ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ କମ୍ରେଡ୍ ଵିଜୟ ଜେନା, ଆନ୍ଧ୍ର ପ୍ରଦେଶ ଖେତ ମଜଦୂର ୟୁନିୟନ ରାଜ୍ଯ ନେତା କମ୍ରେଡ୍ ଧର୍ମା ରାଓ,ଅଖିଳ ଭାରତ ଯୁଵ ସଂଘର ରାଜ୍ଯ ସଭାପତି କମ୍ରେଡ୍ ପ୍ରଦୀପ ସେଠୀ, ଓଡିଶା ଖେତ ମଜଦୂର ୟୁନିୟନର ରାଜ୍ଯ ସାଧାରଣ ସମ୍ପାଦକ କଃ ନୀର୍ମଳ ନାୟକ ଏଵଂ ରାଜ୍ଯ ଉପ ସଭାପତି ଵିଦ୍ଯଧର ଜେନା ପ୍ରମୁଖ ଏହି ସମ୍ମିଳନୀର ସଫଳତା ପାଇଁ ଉଦଵୋଧନ ଦେଇଛନ୍ତି Categories: ଓଡ଼ିଶା, ଗଜପତି, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026