Home ଓଡ଼ିଶା ଗବେଷଣା ଓ ଉତ୍ତାବନରେ ତାମିଲନାଡୁ ଦେଶର ପେଣ୍ଠସ୍ଥଳୀ ହୋଇପାରିବ : ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ସମଗ୍ର ଦେଶରେ ପିଏଚଡି ହାସଲ କରିଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ତାମିଲନାଡୁର ୧୫ % ମାନବ ସମ୍ବଳ ରହିଛନ୍ତି। ଅନୁରୂପ ଭାବେ ଦେଶର ମୋଟ ପୋଷ୍ଟ ଗ୍ରାଜୁଏଟମାନଙ୍କ ମଧ୍ୟରୁ ୧୧ % ତାମିଲନାଡୁ ରହିଛନ୍ତି । ଏହି ମାନବସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉତ୍ତାବନର ପେଣ୍ଠସ୍ଥଳୀ ହୋଇପାରିବ ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ(ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି । ଶନିବାର ଚେନ୍ନାଇରେ ଅନୁଷ୍ଠିତ ହେଉଥିବା ଫିକିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହି ମନ୍ତବ୍ୟ ଦେଇଛନ୍ତି। ନିଜର ସାମଗ୍ରିକ ବକ୍ତବ୍ୟରେ ଫିକି ଅଧ୍ୟକ୍ଷ ଶ୍ରୀ ପଣ୍ଡା ଦେଶର ଅର୍ଥନୀତି ଅଭିବୃଦ୍ଧିକୁ ତାମିଲନାଡୁର ଯୋଗଦାନ ଏବଂ ଆଗାମୀ ସମ୍ଭାବନା ଉପରେ ଆଲୋକପାତ କରିଥିଲେ । ବିଶେଷ ରସାୟନ(କେମିକାଲ) ଏବଂ ରସାୟନକୁ ଭିତ୍ତି କରି ଗଢି ଉଠିଥିବା ଅଟୋ ମୋବାଇଲ ଏବଂ ବୟନଶିଳ୍ପ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଥିବା ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିରୁ ଏମ.କେ ଷ୍ଟାଲିନଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଫିକିର ଜାତୀୟ କାର୍ଯ୍ୟକାରିଣୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁର ଆଇଟି ଓ ଡିଜିଟାଲ ସର୍ଭିସ ମନ୍ତ୍ରୀ ମାନୋ ଥଙ୍ଗାରାଜ୍ , ଏମଏସ୍ଏମଇ ମନ୍ତ୍ରୀ ଥିରୁ ଟି.ଏମ୍ ଅନବରସନ୍ ଏବଂ ଫିକି ଅନ୍ୟ ବରିଷ୍ଠ ପଦାଥିକାରୀମାନେ ଉପସ୍ଥିତ ରହିଥିଲେ । ଏହି ଅବସରରରେ ଫିକି-ଡେଲଓଟି ନଲେଜ୍ ପେପର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଏହି ପୁସ୍ତିକାରେ ୨୦୩୦-୩୧ସୁଦ୍ଧା ତାମିଲନାଡୁ କିପରି ଏକ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବା ସହ ରାଜ୍ୟର ଅଭିବୃଦ୍ଧିରେ ସହାୟକ ହେବ, ସେନେଇ ଉଲ୍ଲେଖ କରାଯାଇଛି । ଫିକି ଅଧ୍ୟକ୍ଷ ତଥା ଇମ୍ପା ଏମଡି ଶୁଭ୍ରକାନ୍ତ ପଣ୍ଡା ଚେନ୍ନାଇ ଗସ୍ତ ସମୟରେ କନସଲଟିଭ୍ କମିଟି ଅଫ୍ ସିଟି ଚାମ୍ବର ଅଫ କର୍ମସ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ଦକ୍ଷିଣ ଭାରତର 6ଟି ଶିଳ୍ପ ସମ୍ବଦ୍ଧୀୟ ଆସୋସିଏସନକୁ ନେଇ ଉପରୋକ୍ତ କମିଟି ଗଠନ ହୋଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା ଦେଶର ଆଗାମୀ ଅର୍ଥନୈତିକ ସମ୍ଭାବନା ଏବଂ ନିବେଶକ ପାଇଁ ସୁଯୋଗ ସମ୍ବଦ୍ଧରେ ଆଲୋକପାତ କରିଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି by Proprietor Abhimanyu Maharana September 4, 2026 ରଣପୁର ଥାନା : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର - ଅଭିଯୋଗ ଆଣିଲେ ପରିବାର ଲୋକ by Proprietor Abhimanyu Maharana September 4, 2026 ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା by Proprietor Abhimanyu Maharana September 4, 2026 ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ by Proprietor Abhimanyu Maharana September 4, 2026 ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି by Proprietor Abhimanyu Maharana September 4, 2026 ୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ by Proprietor Abhimanyu Maharana September 4, 2026