ବିଜେଡି ରେ ଯୋଗଦେଲେ ଆଦିବାସୀ ମହିଳା ନେତ୍ରୀ

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ  :- ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ସହିତ ଆଦିବାସୀ ସଶକ୍ତିକରଣ ଯୋଜନା, ମିଶନଶକ୍ତି ଜରିଆରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ବିଜୁ କୃଷକ କଲ୍ୟାଣ ଯୋଜନା ଇତ୍ୟାଦି ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ଖପ୍ରାଖୋଲ ବ୍ଲକ ର ଆଗଧାଡିର ଆଦିବାସୀ ମହିଳା ନେତ୍ରୀ ଶ୍ରୀମତୀ ଲକ୍ଷ୍ମୀ ଶବର ବିଜେଡି ରେ ଯୋଗ ଦେଇଛନ୍ତି lଶ୍ରୀମତୀ ଶବର ପୂର୍ବ ରୁ କଂଗ୍ରେସ ଦଳ ମହିଳା ଶାଖା ର ସକ୍ରିୟ ମହିଳା ନେତ୍ରୀ ଥିଲେ l ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବରେ ବିଜେଡି ରେ ଶ୍ରୀମତୀ ଶବର ଯୋଗଦେଇଛନ୍ତି ବୋଲି ସାଂସଦ ଶ୍ରୀ ବିଶି ସୂଚନା ଦେଇଛନ୍ତି l

Exit mobile version