1. ବ୍ୟାରେଜ ନିର୍ମାଣରେ ଛତିଶଗଡକୁ ସହାୟତା କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ
2. ଛତିଶଗଡର ବିଜେପି ସରକାର ବିରୁଦ୍ଧରେ ଗର୍ଜୁଥିବା ନେତା ଏବେ ନିରବ
3. ଛତିଶଗଡ ବନ୍ଧ ବାନ୍ଧୁଥିବାବେଳେ ମୂକ ଦର୍ଶକ ସାଜିଥିଲା ରାଜ୍ୟ ବିଜେପି
4. ଉଭୟ ଦଳ କେନ୍ଦ୍ର ଓ ଛତିଶଗଡ ଉପରେ ଚାପ ପକାନ୍ତୁ

୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ଏବଂ କୋଟି କୋଟି ଚାଷୀ ଏବଂ ମତ୍ସ୍ୟଜୀବୀ ସେମାନଙ୍କ ଜୀବନ ଏବଂ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ । ମହାନଦୀ ଓଡିଶାର ଅଧା ଜିଲ୍ଲା ଦେଇ ପ୍ରବାହିତ ହେଉଛି ଏବଂ ଓଡିଶାର ପ୍ରାୟ ୨.୫ କୋଟି ଲୋକଙ୍କୁ ଏହା ପ୍ରଭାବିତ କରିଥାଏ । ଓଡିଶା ଏବଂ ମହାନାଦୀର ଇତିହାସ ପରସ୍ପର ସହ ଜଡିତ । ହେଲେ ଛତିଶଗଡର ବେଆଇନ୍ କାର୍ଯ୍ୟ ଯୋଗୁଁ ମହାନଦୀ ଶୁଖିଲା ପଡିଥିବାବେଳେ ଉଭୟ କଂଗ୍ରେସ ଓ ବିଜେପି ଏହାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରମୟୀ ମିଶ୍ର ଏବଂ ପ୍ୟାନେଲିଷ୍ଟ ସ୍ୱୟଂ ପ୍ରକାଶ ମହାପାତ୍ର ।
