Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ସାନ ରାଧାକାନ୍ତ ମଠରେ ଷଷ୍ଠ ବାର୍ଷିକ ସ୍ମରଣ ମହୋତ୍ସବ ଅନୁଷ୍ଠିତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ସାନ ରାଧାକାନ୍ତ ମଠ ( ନୃସିଂହନାଥ ମଠ ) ରେ ଏପ୍ରିଲ ୧୭ ଠାରୁ ୨୭ ତାରିଖ ଯାଏ ୧୦୮ ମହନ୍ତ ଶ୍ରୀ ନରୋତ୍ତମ ଦାସଜୀ ମହାରାଜଙ୍କ ଷଷ୍ଠ ବାର୍ଷିକ ସ୍ମରଣ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ୧୭ ତାରିଖ ଦିନ ୧୦୮ ମହନ୍ତ ଶ୍ରୀ ବିଜୟକୃଷ୍ଣ ଦାସ ମହାରାଜଙ୍କ ୩୩ ତମ ବାର୍ଷିକ ସ୍ମରଣ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ୧୯ ତାରିଖ ବୁଧବାର ଦିନ ୧୦୮ କଳସ ଯାତ୍ରା କରି ଶୁଭାଧିବାସ ହୋଇଥିଲା । ୨୦ ତାରିଖ ଠାରୁ ୨୬ ତାରିଖ ଯାଏ ଶ୍ରୀମଦ୍ ଭାଗବତ ସପ୍ତାହ ଜ୍ଞାନଯଜ୍ଞ ସକାଳ ୭ ଘଣ୍ଟା ଠାରୁ ସଂଧ୍ୟା ୫ ଘଣ୍ଟା ଯାଏ ବ୍ରହ୍ମପୁର ସ୍ଥିତ ପଣ୍ଡିତ ମହନ୍ତ ଶ୍ରୀ ସନ୍ଥ ଚରଣ ଦାସଜୀ ମହାରାଜ ପାରାୟଣ କରିଥିଲେ। ୨୭ ତାରିଖ ସକାଳ ୬ ଘଣ୍ଟାରେ ମଠର ମହନ୍ତ ଶ୍ରୀମହନ୍ତ ମଦନ ଗୋପାଳ ଦାସଜୀ ମହାରାଜ , ବାବା ମଧୁସୂଦନ ଦାସଜୀ ମହାରାଜ ହରିନାମ ମହାମନ୍ତ୍ର ସଂକୀର୍ତ୍ତନ ପ୍ରାରମ୍ଭ କରିଥିଲେ । ଏହି ସଂକୀର୍ତ୍ତନ ମଣ୍ଡଳୀର ସଭାପତି ବୀର କିଶୋର ପଟ୍ଟନାୟକଙ୍କ ସଙ୍ଗେ ଗୁରୁ ରମେଶ ପଟ୍ଟନାୟକଙ୍କ ଦ୍ବାରା ମହାମନ୍ତ୍ର ସଂକୀର୍ତ୍ତନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ , ଗଜପତି , ପୁରୀ ଆଦି ଜିଲ୍ଲାର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ଵ ସାଧୁସନ୍ଥ , ମହନ୍ତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ମିଷ୍ଟାନ୍ନ , ପଣା , ଅନ୍ନ ପ୍ରସାଦ ବଣ୍ଟା ଯାଉଥିଲା । ରାତ୍ର ସମସ୍ତ ସଂକୀର୍ତ୍ତନ ମଣ୍ଡଳୀଙ୍କ ସହଯୋଗରେ ନଗରୀ ପରିକ୍ରମା କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ରୁପେଶ ପାତ୍ର , ରାମନାଥ ସାହୁ , ମିଟୁ ବାବୁ , ଶ୍ୟାମସୁନ୍ଦର ଗନ୍ତାୟତ ପ୍ରମୁଖ ପରିଚାଳନା କରିଥିଲେ । ନରୋତ୍ତମ ଦାସଜୀ ଜଣେ ବିଜ୍ଞ , ପଣ୍ଡିତ ଥିବା ଯୋଗୁଁ ଆଜି ବହୁ ଭକ୍ତବୃନ୍ଦଙ୍କ ଜନ ସମାଗମ ହୋଇଥିଲା । Categories: ଓଡ଼ିଶା, ଗଜପତି, ହୋମ୍ Related Content ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ବାଛିବାକୁ ସଜବାଜ, ମଇଦାନରେ ୩୧ ପ୍ରାର୍ଥୀ by Proprietor Abhimanyu Maharana October 12, 2026 ୪୬ ବର୍ଷ ପରେ ପ୍ରଥମ ନିର୍ବାଚନକୁ ନେଇ ଆଦିବାସୀ ମହାବିଦ୍ୟାଳୟରେ ଉତ୍ସାହ, ସଭାପତି ପଦ ପାଇଁ ୧୦ ଜଣଙ୍କ ନାମାଙ୍କନ by Proprietor Abhimanyu Maharana October 12, 2026 ବାଲିଗୁଡ଼ାରେ ସିରିଜ୍ ଦୁର୍ଘଟଣା; ଜଣେ ମୃତ, ଗୁରୁତର ୫୯ ନଂ ଜାତୀୟ ରାଜପଥରେ ମୃତ୍ୟୁର ତାଣ୍ଡବ by Proprietor Abhimanyu Maharana October 12, 2026 ଜନ୍ମମାଟିରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା "ମୋ ପରିବାର" by Proprietor Abhimanyu Maharana October 12, 2026 CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026