ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ନିଯୁକ୍ତି ପ୍ରଶିକ୍ଷଣ ନେଉଥିବା ୩୧ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କସାକ୍ଷାତ

୨୯ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବାଓଡିଶା ପ୍ରଶାସନିକ ସେବା ବର୍ଗରେ ନିୟମିତ ନିଯୁକ୍ତି-୨୦୧୯ ବ୍ୟାଚ୍ ର ୩୧ ଜଣ ପ୍ରୋବେସନରମାନେ ବୁଧବାର ରାଜଭବନଠାରେ ମାନ୍ୟବର ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରିଥିଲେ । ଏକାଡେମୀର ଅତିରିକ୍ତ କମିଶନର ଡଃ.ହିମାଂଶୁ ଭୂଷଣ ପଣ୍ଡାଙ୍କ ନେତୃତ୍ୱରେ ଏହି ଟିମ୍ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ବେଳେ ଏହି ଅବସରରେଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଆତ୍ମପରିଚୟ ପ୍ରଦାନ କରିଥିଲେ ।

ରାଜ୍ୟର ଦୈନନ୍ଦିନ ପ୍ରଶାସନ ସହିତ ଗଭୀର ଭାବରେ ଜଡ଼ିତ ହେଉଥିବା ରାଜ୍ୟ ପ୍ରଶାସନିକ ସେବାର ଏକ ଅଂଶ ହୋଇଥିବା ଏହି ଅଧିକାରୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ । ସଚ୍ଚୋଟତା, ନିଷ୍ଠା ଓ ଆନ୍ତରିକତା ଜନସେବାର ମୁଖ୍ୟମନ୍ତ୍ର, ଯାହାକୁ ଅଧିକାରୀମାନେ ସର୍ବଦା ଆପଣାଇବା ଉଚିତ ବୋଲି ସେ କହିଥିଲେ ।

ଏକ ଉନ୍ନତ ରାଷ୍ଟ୍ର ଗଠନ ନିମନ୍ତେ ଜନସାଧାରଣଙ୍କ ପାଇଁ ପ୍ରତିବଦ୍ଧ ରହି କାର‌୍ୟ୍ୟ କରିବାକୁ ମାନ୍ୟବର ରାଜ୍ୟପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆଲୋଚନା ପରେ ମାନ୍ୟବର ରାଜ୍ୟପାଳଙ୍କୁ ଏକ ସ୍ମୃତି ଚିହ୍ନ ପ୍ରଦାନ କରାଯାଇଥିଲା । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ରାଜ୍ୟପାଳଙ୍କ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ଡ. ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version