ବଲାଙ୍ଗିର ଜିଲ୍ଲା ସଇଁତଲା : ଗୋଳା ବାରୁଦ କାରଖାନାରେ ବିସ୍ଫୋରଣ – ଦୁଇ ଗୁରୁତର

ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବଲାଙ୍ଗିର :- ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଡ଼ମାଳ ଗୋଳାବାରୁଦ କାରଖାନାର ୟୁନିଟ ନମ୍ୱର୍ ୩ରେ କାମ ଚାଲୁଥିବା ବେଳେ ହଠାତ୍ କେମିକାଲ ମିଶ୍ରଣ ବେଳେ ଜୋରରେ ବିସ୍ଫୋରଣ ଘଟିଥିଲା । ଏଥିରେ ଦୁଇ କର୍ମଚାରୀ ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସଇଁତଲା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମର ଗୌତମ ମହାନନ୍ଦ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରି ନାହିଁ । ବିସ୍ଫୋରଣରେ ସେମାନଙ୍କ ର ମୁଁହ ଓ ହାତ ପୋଡ଼ି ଯାଇଥିବା ଜଣାପଡିଛି । ‌ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

 

Exit mobile version