Home ଓଡ଼ିଶା ସୀମାବର୍ତ୍ତୀ ପଡିଆରେ ସମ୍ବାଦ ସାହିତ୍ୟ ଘର ପାଳନ କଲା ସ୍ୱାଭିମାନ ଦିବସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପଡିଆ :- ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ବ୍ଲକରେ ସ୍ୱାଭିମାନ ଦିବସ ଅତ୍ୟନ୍ତ ଆଡମ୍ବର ସହ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ରାଜ୍ୟବ୍ୟାପୀ ଧୁମ୍ ଧାମରେ ପାଳନ କରଯାଇଥିବା ବେଳେ ସୀମାବର୍ତ୍ତୀ ପଡିଆରେ ଏହି ଅବସରରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବିଭିନ୍ନ ଭାଷାଭାଷୀ ଲୋକଙ୍କ ସହଯୋଗରେ ଏହାକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯାଇଛି । ଏହି ଅବସରରେ ପଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇ ମଧୁବାବୁଙ୍କ ଆତ୍ମଜୀବନୀ ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନବ୍ୟାପୀ ଲୋକସେବା ମନୋବୃତ୍ତି, ଓଡିଶା ଗଠନରେ ଭୂମିକା ଓ ମାନବବାଦ ପ୍ରତି ଉସ୍ଛର୍ଗୀକୃତ ମନୋଭାବ ତାଙ୍କୁ ପ୍ରତ୍ୟକ ଓଡିଶାବାସୀଙ୍କ ମଧ୍ୟରେ ଚିର ଅମର କରି ରଖିବ ବୋଲି କୁହାଯାଇଛି । ମଧୁସୂଦନ ଦାସ ଓଡ଼ିଶାର ପ୍ରଥମ ଏମଏ ପାସ, ପ୍ରଥମ ବାରିଷ୍ଟର, ପ୍ରଥମ କ୍ୟାବିନେଟ ସଦସ୍ୟ ହୋଇଥିବା ବେଳେ ପରାଧୀନ ଓଡ଼ିଶାରୁ ଏଭଳି ବ୍ୟକ୍ତିତ୍ୱ ପ୍ରତିଟି ଯୁବ ପିଢିଙ୍କ ମଧ୍ୟରେ ଉତ୍ସାହ ଭରିଦେବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ମୁରବୀ ଏନ୍ ରାଘବ ରାଓ, ସଭାପତି ନାକା ନୁକାଲ ରାଜୁ, ଉପ ସଭାପତି ଏମଡି ଫାରୁକ୍, ସମ୍ପାଦକ ପରମାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି କୋଟାମ ବାଲାୟା,ପଡିଆ ସରପଞ୍ଚ ଗଙ୍ଗା କାରାମ, ସମାଜସେବୀ ସୁବାଷ ଭୌମିକ, ମାଟେରୁ ସରପଞ୍ଚ ଲଛମନ ମାଡକାମି, ତୋକାଲ ବିଚେମ, ଅଭିମନ୍ୟୁ ବେହେରା, କେ ଭାଷ୍କର, ଦିଲୀପ ପୋଟଲା, ନାକା ରବି, ଚୀନାମ ଆନୋକ, ଅଧ୍ୟାପକ ଶ୍ରୀ ସାହୁ, ରବି ବାଟେ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାର ପରିଡା ପରିଚାଳନା କରିଥିବା ବେଳେ ସମ୍ବାଦ ପ୍ରତିନିଧି ପ୍ରଶାନ୍ତ କୁମାର ସାହୁ ସହଯୋଗ କରିଥିଲେ । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026