Home ଓଡ଼ିଶା ପରକନମାଲା ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ପ୍ରହଲ୍ଲାଦ ଖୋସଲା ଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ପରୀକ୍ଷାରେ କୃତ୍ତିତ୍ୱ ହାସଲ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ଅଧ୍ୟବସାୟ ଓ ନିଷ୍ଠାର ସହିତ ସାଧନା କଲେ ସିଦ୍ଧି ଅବଶ୍ୟ ପ୍ରାପ୍ତ ହୁଏ। ଏହି କଥା କୁ ପ୍ରମାଣିତ କରିଛନ୍ତି କୁଡୁମୁଲୁଗୁମ୍ମା ଠାରେ ରହୁଥିବା ପରକନମାଲା ଆଶ୍ରମ ବିଦ୍ୟାଳୟ ର ଶିକ୍ଷକ ପ୍ରହଲ୍ଲାଦ ଖୋସଲା। କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ସୁନା ପୁଅ ଶ୍ରୀ ଖୋସଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି ଜିଲ୍ଲା ଜାତି ଓ ଜନଜାତି ଉନ୍ନୟନ ବିଭାଗ ର ଆଶ୍ରମ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ସବୁବେଳେ କିଛି ସ୍ୱତନ୍ତ୍ର କରି ଦେଖାଇବାର ମନୋବୃତ୍ତି ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଭବିଷ୍ୟତ ଗଢ଼ିବାକୁ ଅଦମ୍ୟ ଉପାସନା କରିଥିଲେ । ବିଦ୍ୟାଳୟ ରେ ଶିକ୍ଷାଦାନ ସମୟ ପରେ ବଳକା ସମୟ କୁ ବିନିଯୋଗ କରି ଜଣେ ଅଫିସର ହେବା ର ସାଧନା ଜାରି ରଖିଥିଲେ । ନିଜ ଉଦ୍ୟମରେ ସେ ବିଇଡି ପାଠ୍ୟକ୍ରମ ସଫଳତାର ସହ ଶେଷ କରି ଓଏଏସ୍ ଅଧିକାରୀ ହେବାପାଇଁ ନିଜସ୍ଵ ଢଙ୍ଗରେ ପ୍ରଚେଷ୍ଟା ଜାରି ରଖିଥିଲେ । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଘୋଷିତ ଅଧିସୂଚନା ଅନୁଯାୟୀ ଶ୍ରୀ ଖୋସଲା ସଫଳତା ର ସହ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ନିୟୋଜିତ ହେବା ପାଇଁ ଓପିଏସି ଦ୍ୱାରା ଆୟୋଜିତ ପରୀକ୍ଷା ରେ ସଫଳତା ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ନିମନ୍ତେ କୁଡୁମୁଲୁଗୁମ୍ମାର ସମସ୍ତ ବୁଦ୍ଧିଜୀବୀ ,ଶିକ୍ଷକ ସଂଘ କର୍ମକର୍ତ୍ତା,ପତ୍ରକାର ସଂଘ ପକ୍ଷରୁ ଖୁସି ବ୍ୟକ୍ତ କରିବା ସହ ଉତ୍ସସ୍ୱତ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଛି । ଶ୍ରୀ ଖୋସଲା ଙ୍କ ନିଜ ଗ୍ରାମ ଲକ୍ଷ୍ମୀପୁର ର ସମସ୍ତ ବନ୍ଧୁ ମାନେ ଏହି ଅବସରରେ ଆଶୀର୍ବାଦ ପ୍ରଦାନ କରିଛନ୍ତି । ଛୋଟ ଛୋଟ ପିଲା ମାନେ ସାଧନା ବଳରେ ସିଦ୍ଧି ପ୍ରାପ୍ତ ହୁଅନ୍ତୁ ଵୋଲି ଶ୍ରୀ ଖୋସଲା ମତବ୍ୟକ୍ତ କରିଛନ୍ତି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content MALABAR GOLD UNVEILS ”PLATINUM SHOW“ AT SAHID NAGAR STORE by Proprietor Abhimanyu Maharana September 13, 2026 ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026