ନୟାଗଡ ଜିଲ୍ଲା ଶାଖା ମାନବାଧିକାର ସଂଗଠନ : କରୋନା ସହାୟତା ପାଇଁ ରାଜ୍ୟପାଳଙ୍କୁ ଦେଲେ 18 ଟି ଦାବି ସମ୍ବଳିତ ସ୍ମାରକପତ୍ର

ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) ନୟାଗଡ : କରୋନା ରାକ୍ଷ୍ୟାସ ଆତଙ୍କରେ ଆତଙ୍କିତ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଲକଡାଉନ, ସଟଡାଉନ ବ୍ୟବସ୍ଥା ଭିତରେ ଅନେକ ଗୁଡିଏ ପଦକ୍ଷପ ରାଜ୍ୟ ସରକାର ନେଇସାରିଛନ୍ତି ବିଶ୍ୱ ମାନବାଧିକାର ସୁରକ୍ଷା ସଂଗଠନ ଏହା ଉପରେ ତର୍ଜମା କରି ଅନେକ ଗୁଡିଏ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପିତ କରିଛନ୍ତି ଉକ୍ତ 18 ଗୋଟି ପ୍ରସ୍ଥାବ ସମ୍ବଳିତ ଏକ ଅନୁରୋଧ ପତ୍ର ବିଶ୍ୱ ମାନବାଧିକାର ସଂଗଠନ ନୟାଗଡ ଶାଖା ତରଫରୁ ଜିଲ୍ଲା ସଭାପତି ଶ୍ରୀମତୀ ଜ୍ୟୋସ୍ନାମୟୀ ପଟ୍ଟନାୟକ ମାନ୍ୟବର ରାଜ୍ୟପାଳ, ଓଡିଶାଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମ ରେ ପ୍ରଦାନ କରିଛନ୍ତି

ମୁଖ୍ୟ ପ୍ରସ୍ଥାବ ଗୁଡିକ ମଧ୍ୟରେ ସରକାରୀ ମେଡିକାଲ ଗୁଡିକରେ ମାଗଣାରେ ଔଷଧ ବିତରଣ କରିବା,କ୍ଯୁରେଣ୍ଟାଇନ ଅବଧିକୁ 7 ଦିନରୁ 14 ଦିନ କରିବା,ମଧ୍ୟବିତ୍ତ ପରିବାରକୁ 5 ହଜାର ଆର୍ଥିକ ସହାୟତା ସହ ବିଦ୍ୟୁତ ବିଲ 30%ଛାଡ଼ କରିବା,ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକ ମାନେ ଯଦି ପୁଣି କାମ କରିବାକୁ ରାଜ୍ୟ ବାହାରକୁ ଯିବା ପାଇଁ ଚାହିଁବେ ତେବେ ସେମାନଙ୍କର ପଞ୍ଜିକରଣ କରି ବ୍ୟବସ୍ଥା କରିବା ଆଦି ରହିଛି ଏହାକୁ ନୟାଗଡ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଙ୍କୁ ପ୍ରଦାନ କରିଥିଲେ ଏଥିସହ ଚିନରେ ସହିଦ ମାନଙ୍କ ଆତ୍ମାର ସଦଗତି ପାଇଁ ସଂଗଠନ ତରଫରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା (ରିପୋର୍ଟ – ରାମକୃଷ୍ଣ ରଥ)

Exit mobile version