Home ଓଡ଼ିଶା ମାଛଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି କାଲ୍ଲାପାଲୀ ଗାଁ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ମାଲକାନଗିରି :- ମାଲକାନଗିରି ଜିଲ୍ଲା ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ସହାୟତାରେ ଗାଁ ଗହଳିରେ ମହିଳା ମାନଙ୍କୁ ଶଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଆଜି ଏହି କ୍ରମରେ ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଢଘାଟ ଗ୍ରାମ ପଞ୍ଚାୟତ ଅଧୀନସ୍ଥ କାଲାପାଲ୍ଲୀ ଗ୍ରାମ ରେ ଥିବା ଗୁପ୍ତେଶ୍ୱର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ରାହୁଲ୍ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ବାର୍ଷିକ ୩୧,୦୦୦/ବ୍ୟୟ ଅଟକଳ ରେ ଗ୍ରାମ୍ୟ ବନ୍ଧ ଆନିକଟ କୁ ଲିଜ୍ ସୁତ୍ରରେ ନେଇ ମହିଳା ମାନଙ୍କ ତରଫରୁ ରୋହି, ଭାକୁର,ମିରିକାଳି, ଇତ୍ୟାଦି ଲାଭଜନକ ମାଛ ଜାଆଁଳ ଛାଡ଼ି, ବ୍ୟବସାୟିକ ଭିତ୍ତିରେ, ମାଛଚାଷ କରାଯାଇଥିଲା । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ଶୁଭଦ୍ରା ପୂଜାରୀ ଓ ସମ୍ମାଦକ ଦନାଇଁ ପୂଜାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାଲାପାଲ୍ଲୀ ଗାଁ ର ମହିଳାମାନେ ଏକତ୍ରିତ ହୋଇ ମାଛ ଚାଷ କରି, ଆଜି ଜାଲ ଟାଣି,ମାଛ ଧରି ବିକ୍ରି କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଖଇରପୁଟ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହୃଦାନନ୍ଦ ସାହୁ, ମାଲକାନଗିରି ଜିଲ୍ଲା ମତ୍ସ୍ୟ ଉତ୍ପାଦନ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଗୈାଡ, ମତ୍ସ୍ୟ ଅଧିକାରୀ ଶ୍ରୀ ମୁକେଶ ମାଝୀ, ଓଡ଼ିଶା ଜିବିକା ମିଶନ ବ୍ଲକ ଅଧିକାରୀ ଚିନ୍ମୟ ସିଂ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ହୋଇ ମାଁ ମାନଙ୍କ କାର୍ଯ୍ୟର ପ୍ରଶଂସା କରିବା ସହ କୁକୁଡ଼ା ପାଳନ,ଗୋପାଳନ, ଛତୁ ଚାଷ କରି ଜୀବିକା ଉପାର୍ଜନ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଭିମାନୀ ଭାବେ ବଞ୍ଚିବା ପାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଶା ସରକାରଙ୍କ ସମସ୍ତ ଦାରିଦ୍ର୍ୟ ଦୂରୀକରଣ ଯୋଜନା ର ମୂଳମନ୍ତ୍ର: ମହିଳା ସଶକ୍ତିକରଣ । ଏହି ଲାଭଦାୟକ ବ୍ୟବସାୟ ନିମନ୍ତେ, ଅନ୍ୟ ଗାଁ ର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ଏହି ଯୋଜନାରେ ସାମିଲ ହୋଇ ଓଡ଼ିଶା ସରକାରଙ୍କ ସବୁ ଯୋଜନାର ଲାଭ ଉଠେଇବା ପାଇଁ ଖଇରପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସାହୁ ମାଁ ଭଉଣୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ପ୍ରୋତ୍ସାହନ କାର୍ଯ୍ୟକ୍ରମ ରେ ଆଖ ପାଖ ଅଞ୍ଚଳରୁ ଶତାଧିକ ଲୋକ ଉପସ୍ଥିତ ହୋଇ ମାଛ କିଣି ନେବା ସହ ମହିଳା ମାନଙ୍କ କାମର ପ୍ରଶଂସା କରିଥିଲେ।ଘର କାମ ପରେ ବଳକା ସମୟକୁ ବିନିଯୋଗ କରି ଏହି ଭଳି କାମ କଲେ ପରିବାର ର ଆର୍ଥିକ ମାନଦଣ୍ଡ ବୃଦ୍ଧି ହେବା ସହ କର୍ମସଂସ୍ଥାନ ବଢି ପାରିଵ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026 ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ by Proprietor Abhimanyu Maharana September 14, 2026