
୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- ଘର ଭିତରେ ରହିଥିବା ଗୁପ୍ତଧନ ବାହାର କରିବା କହି ଜଣେ ମହିଳାଙ୍କ ଠାରୁ ୬୦ ଲକ୍ଷ୍ୟ ଟଙ୍କା ଠକି ନେଇଥିବା କଟକ ମଙ୍ଗାଳାବାଗ ଥାନା କେଶରପୁର ଅଞ୍ଚଳର ମୁଲାନା କୋଫି ନାମକ ଜଣେ ଠକ ବାବାକୁ ମଙ୍ଗଳାବାଗ ପୋଲିସ ଗିରଫ କରିଛି । ମୁଲାନା କୋଫି ନିଜକୁ ଏକ ପ୍ରତିଷ୍ଠିତ ତାନ୍ତ୍ରିକ ପରିଚୟ ଦେଇ କଟକ, ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକ ମାନଙ୍କୁ ଠିକିଥିବା ନେଇ କଟକ ଡିସିପି ପିନାକ ମିଶ୍ର ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଗିରଫ ଠକ ତାନ୍ତ୍ରିକ ସରଳ ବ୍ୟକ୍ତି ମାନଙ୍କୁ ସେମାନଙ୍କର ଘରେ ଭିତରେ ଗୁପ୍ତଧନ ସୁନା ,ରୁପା ,ଅଳଙ୍କାର ଥିବାର ପ୍ରଲୋଭନ ଦେଖାଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲୁଟୁଥିଲା । ସେହିପରି କଟକ ମଙ୍ଗଳାବାଗ ଅଞ୍ଚଳର ଶର୍ମିଳା ସେନ ନାମକ ଜଣେ ଭଦ୍ର ମହିଳାଙ୍କ ମନରେ ଆତ୍ମ ବିଶ୍ୱାସ ଜମାଇ , ତାଙ୍କ ଘର ଭିତରେ ମାଟି ତଳେ ଗୁପ୍ତଧନ ରହିଛି କହି ବର୍ଷକ ମଧ୍ୟରେ ୬୦ ଲକ୍ଷ୍ୟ ଟଙ୍କା ଠକି ନେଇଥିବା ସଂପର୍କରେ କଟକ ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳାବାଗ ଥାନା ପୋଲିସ ଆଜି ଭଣ୍ଡ ବାବା ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଠକ ବାବାଙ୍କ ନିକଟରୁ ପୋଲିସ ୨-ଟି ଦାମୀ କାର, ଗୋଟିଏ ବୁଲେଟ୍, ୨ ଲକ୍ଷ ୭୬ ହଜାର ଟଙ୍କା, ବହୁ ପରିମାଣର ନୂଆ ମୋବାଇଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ।

