୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଣପୁର :- ବାଣପୁର କୁ ରାଜସ୍ବ ଉପଖଣ୍ଡ ଦାବି କରି ଆଜି ଏକ ସାମ୍ବାଦିକ ସମିଳନୀ ପାଲଟନ ପଡିଆ ସ୍ଥିତ ସହିଦ କୃତିବାସ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇ ଥିଲା. ଏଥିରେ ସଭାପତି ପୂର୍ବତନ ଅଧ୍ୟକ୍ଷ ଟାଙ୍ଗୀ ମହାବିଦ୍ୟାଳୟ ଶ୍ରୀ ଯୁକ୍ତ ନଳିନୀ ପଟ୍ଟନାୟକ. ସମ୍ପାଦକ ମୁରଲୀ ସାମନ୍ତସିଂହାର. ବାଣପୁର ଵିଜ୍ଞାପତ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ. 
ରାଧାକୃଷ୍ଣ ରାମ. ଅମର କାଣ୍ଡି. ପୁରସତମ ମହାପାତ୍ର. ପ୍ରକାଶ ପ୍ରଧାନ. ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ବାଣପୁର ସର୍ବ ପୁରାତନ ଓ ସ୍ଥିତି କୁ ଦେଖି ସରକାର ଏହା କୁ ଉପଖଣ୍ଡ ଘୋଷଣା କରିବା ପାଇଁ ଅନୁରୋଧ କରି ଥିଲେ. ନଚେତ ଆଗାମୀ ଦିନ ରେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ସଭାପତି ସାମ୍ବାଦିକ ସମିଳନୀ ରେ କହି ଥିଲେ.
