ବାଲୁଗାଁ ମହାବିଦ୍ୟାଳୟରେ ଉତ୍କଳ ଗୌରବ ମଧୁସୂଦନଙ୍କ ଜୟନ୍ତୀ ପାଳନ

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ  :- ସ୍ୱାଭିମାନୀ ପୁରୁଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 177 ତମ ଜୟନ୍ତୀ ସହ ସ୍ୱାଭିମାନ ଦିବସ ଆଜି ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷl ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ସୁଶ୍ରୀ ବନ୍ଦନା ଦାସଙ୍କ “ବନ୍ଦେ ଉତ୍କଳ ଜନନୀ” ଙ୍କ ଉଦବୋଧନୀ ସଂଗୀତ ଗାନ ପରେ ଅଧ୍ୟାପିକା କୀର୍ତ୍ତିମୟୀ ବାରିକ ମଧୁବାବୁଙ୍କ ରଚିତ “ଉତ୍କଳ ସନ୍ତାନ ” କବିତାଟି ଆବୃତ୍ତି କରିଥିଲେ l ଅଧ୍ୟକ୍ଷl ବିନତି ମଞ୍ଜରୀ ରାଉତ ସ୍ୱାଗତ ଭାଷଣ ଦେବା ସହ ସ୍ୱାଭିମାନ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନା କରିଥିଲେ lଏହାପରେ ଡକ୍ଟର କୈଳାସ ଚନ୍ଦ୍ର ମହାରଣlଙ୍କ ସଂଯୋଜନାରେ ଯୁକ୍ତ ଦୁଇ ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ, ଇତିହାସ ଅଧ୍ୟାପକ ଡକ୍ଟର ସନ୍ତୋଷ କୁମାର ରଥ, ଡକ୍ଟର ଅକ୍ଷୟ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପିକା ଝରଣା ନାଥ, କ୍ରୀଡ଼ା ପ୍ରଶିକ୍ଷକ ବିଜୟ କୁମାର ରାଉତ ପ୍ରମୁଖ ଆଲୋଚକ ଭାବେ ଯୋଗଦେଇ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଏକ ସ୍ୱାଭିମାନୀ ଓଡ଼ିଆ ଜାତି ଗଠନ କରିବାରେ ଶତାବ୍ଦୀ ପୁରୁଷ ମଧୁବାବୁଙ୍କ ଅବଦାନ ଓ ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ lଏଥିସହ ରାଜନୀତି ଓ ନୈତିକତାର ସେ କିପରି ମହାନ ଦୃଷ୍ଟାନ୍ତ ଥିଲେ ତାହା ଆଲୋଚନl କରିଥିଲେ l ତାଙ୍କ କାଳଜୟୀ ରଚନା ଯୁଗ ଯୁଗ ଧରି ଓଡ଼ିଆ ଜାତିକୁ ଜାତୀୟତାର ସ୍ପନ୍ଦନରେ ଅନୁପ୍ରାଣିତ କରିବ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ l ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ସୁଶ୍ରୀ ତପସ୍ୱିନୀ ନନ୍ଦ l କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ, ପ୍ରିୟମ୍ବଦା ମହାପାତ୍ର, ରୀନା ରାଉତ, ବିଶ୍ୱଜିତ ଦାସ ଓ କ୍ରିଷ୍ଣା ସେଠୀ l

Exit mobile version