Home ଅପରାଧ ଅଭିଯୋଗକିରୀଙ୍କୁ ପୁଲିସର ଅପହରଣ ଅଭିଯୋଗ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ସମାଜରେ ଶାନ୍ତିଶୁଙ୍ଖଳା ରକ୍ଷା ପାଇଁ ଯେଉଁ ପୁଲିସ ଉପରେ କରନ୍ତି । ସେହି ପୁଲିସ ଆଜି ସାଜିଛି ଅପହରଣକାରୀ । ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ଗଜପତି ଜିଲ୍ଲା ମୋହନାରୁ । ଅଭିଯୋଗ ହୋଇଛି ଜଣେ ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ । ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ଜଙ୍ଗଲରେ ରଖିବା ପରେ ୧୦ ହଜାର ଟଙ୍କା ଲାଞ୍ଚ ଦେଇ ତାଙ୍କଠାରୁ ସାଦା କାଗଜରେ ଲେଖାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ପୁଲିସ ସୁଚନା ପ୍ରକାରେ ମୋହନା ଥାନାରେ କାର୍ଯ୍ୟରତ ମହିଳା ଏସ୍ ଆଇ ଜ୍ୟୋସ୍ମା ରୟ ଥାନା ଅଞ୍ଚଳର ନୁଣ୍ଡୁଜ୍ ଗ୍ରାମର ପ୍ରେରିତ ମାଝୀ ନାମରେ ଜଣେ ବୃଦ୍ଧଙ୍କ ସମ୍ପର୍କୀୟଙ୍କ ଗଞ୍ଜେଇ ମାମଲାରେ ଜବତ ଏକ ଅଟୋକୁ ଛାଡିବା ପାଇଁ ସମ୍ପୃକ୍ତ ବୃଦ୍ଧଙ୍କ ଠାରୁ ନିଜ ସହଯୋଗୀ ପିଣ୍ଡିକି ଗ୍ରାମର ପ୍ରଜ୍ଞା ନାୟକଙ୍କ ଜରିଆରେ ଲାଞ୍ଚ ନେଇଥିଲେ । କିନ୍ତୁ ଜବତ ଏକ ଅଟୋଟି ମୁକ୍ତ କରିନଥିଲେ । ମାର୍ଚ ୨୭ ତାରିଖରେ ମୋହନାର ଗଣମାଧ୍ୟମ ପ୍ରତିନିଧିଙ୍କ ସହୟତାରେ ବୃଦ୍ଧ ଜଣକ ଥାନାକୁ ଯାଇଥିଲେ । ତକାଳୀନ ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ଘଟଣାର ତଦନ୍ତ କର ବୃଦ୍ଧଙ୍କୁ ତୁରନ୍ତ ୨୦ ହଜାର ଟଙ୍କା ଫେରାଇବା ପାଇଁ ମହିଳା ଅଧିକାରୀଙ୍କୁ କହିଥିଲେ । ମହିଳା ଏସ୍ଆଇ ଟଙ୍କା ଫେରାଇବା ସହ ବୃଦ୍ଧଙ୍କ ସ୍ବାକ୍ଷର ଥିବା ଏକ ଚୁକ୍ତିପତ୍ର କରିଥିଲେ । କିନ୍ତୁ ଘଟଣା ଘଟିବା ପରେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିଳାଙ୍କ ଜିଲ୍ଲା ଆରକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳି କରିଥିଲା । ଘଟଣା ସମ୍ପର୍କରେ ଗଜପତି ଏସ୍ ପି ସ୍ବାତୀ ଏସ୍ କୁମାର ଅବଗତ ହେବାପରେ ଏସ୍ଆଇ ଜ୍ୟୋସ୍ନାଙ୍କୁ ଜଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ବୁଧବାର ମୋହନା ଅଦାଲତକୁ ଏକ ବଳକାର ମାମଲାର ସାକ୍ଷା ପାଇଁ ଆସିଥିବା ଏସ୍ଆଇ ଜ୍ୟୋସ୍ନା ତାଙ୍କର କେତେକ ସହଯୋଗୀଙ୍କ ସହାୟତାରେ ସମ୍ପୃକ୍ତ ବୃଦ୍ଧଙ୍କୁ ଅପହରଣ କରି ଗ୍ରାମ ନିକଟ ଜଙ୍ଗଲରେ କିଛିଘଣ୍ଟା ରଖିଥିଲେ ବୋଲି ଅଭିଯୋଗ ହୋଇଛି । ବତ୍ତମାନ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବୃଦ୍ଧଙ୍କ ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନ୍ୟାୟ ଦିଆଯିବ ବୋଲି କହିଛନ୍ତି । ଏ ସଂକ୍ରାନ୍ତରେ ସମ୍ପୃକ୍ତ ଏସ୍ଆଇଙ୍କୁ ପଚାରିବାରୁ ସେ କହିଥିଲେ ତତ୍କାଳୀନ ଥାନା ଅଧିକାରୀ ମୋତେ ଫସାଇବା ପାଇଁ ଏଭଳି ଷଡଯନ୍ତ ରଚିଥିଲେ । ଗୁରୁବାର ମୁଁ ଅଦାଲତ କାର୍ଯ୍ୟରେ ଯାଇଥିଲି । ୨ଟା ପର୍ଯ୍ୟନ୍ତ ଅଦାଲତରେଥିଲି । ୨ଟା ୪୦ ମିନିଟରେ ମଧ୍ୟହ୍ନଭୋଜନ ପାଇଁ ରିଜର୍ଭ କାର୍ଯ୍ୟାଳୟକୁ ଫେରିଥିଲି । ସିସିଟିଭିରେ ଏହାର ଦୃଶ୍ୟ କଏଦ ହୋଇଛି । ମୁଁ କାହାକୁ ଅପହରଣ କରିନାହିଁ । ମୋ ବିରୋଧରେ ଏହା ଏକ କପଳୋକଳ୍ପିତ ଓ ଷଡଯନ୍ତ ବୋଲି ସେ କହିଛନ୍ତି । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026