ପ୍ରାଣୀ ଚିକିତ୍ସାଳୟରେ ନୂତନ ସଭାଗୃହ ଉଦ୍ୟଘାଟିତ

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ନୁଆଗଡ ବ୍ଳକ୍ ସଦରମହକୁମା ଠାରେ ପ୍ରାଣୀ ଚିକିତ୍ସାଳୟ ପରିସରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଅଧିକାରୀ ଡା. ଗିରିଶ କୁମାର ମାହାନ୍ତିଙ୍କ ତତ୍ତ୍ବାବଧାନରେ ଚାଷୀଙ୍କ ନିମନ୍ତେ ନିର୍ମାଣ ହୋଇଥିବା ତାଲିମ କେନ୍ଦ୍ରକୁ ଉଦ୍ଘାଟନ ହୋଇଥିଲା । ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଗିରିଶ କୁମାର ମାହାନ୍ତି ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଡା. ଏସ୍. କେ .ରେଡ୍ଡୀଙ୍କୁ ବିଦାୟକାଳୀନ ସମ୍ବଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ବିଦାୟକାଳୀନ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଗୁମ୍ମା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭମ୍ କୁମାର ମଲ୍ଲିକ, ପୂର୍ବତନ ସରପଞ୍ଚ ତଥା ବିଧାୟକ ପ୍ରତିନିଧି ମୀନ ମଣ୍ଡଳ, ମିସନ୍ ଶକ୍ତି କର୍ମଚାରୀ, ବିଭିନ୍ନ ଗ୍ରାମର ପ୍ରାଣୀମିତ୍ର ଓ ଅଞ୍ଚଳର ବୃଦ୍ଧିଜୀବୀ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷୀ ଚିକିତ୍ସା ଅଧିକାରୀ ତପସ୍ବିନୀ ନାୟକ ପରିଚାଳନା କରିଥିବା ବେଳେ ବ୍ଳକ୍ ର ସମସ୍ତ ପ୍ରାଣୀଧନ ନିରୀକ୍ଷକ ସହଯୋଗ କରିଥିଲେ ।

Exit mobile version