ନୁଆଗଡ ପଞ୍ଚାୟତ ସମିତିର ପଞ୍ଚମ ବୈଠକ ଅନୁଷ୍ଠିତ

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-  ନୁଆଗଡ ପଞ୍ଚାୟତ ସମତି ସଦ୍ଭାବନା ସଭାଗୃହରେ ବ୍ଳକର ଅଧ୍ୟକ୍ଷା ମାଳତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଅତିଥୀ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇଥିଲେ । ଏଥିସହ ଜୀଲ୍ଲାପରିଷଦ ରାଜୀବ ଦୋରା, ଉପାଧ୍ୟକ୍ଷ ନିହାମିୟା ରଇତ, ବିଡିଓ ଲୋକନାଥ ଶବର, ଓ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନରସିଂହ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସମିତିର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ଉପସ୍ଥିତି ଥିଲେ ।ବୈଠକରେ ସ୍ବଛ ଭାରତ, ପାନୀୟଜଳ ଯୋଗାଣ, ଗ୍ରାମ୍ୟ ଗୃହନିର୍ମାଣ ଯୋଜନା, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ମନରେଗା, ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ ଯୋଜନା ଓଡିଶା ଜୀବିକା ମିସନ, ସାମାଜିକ ମଙ୍ଗଳ ଯୋଜନା, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମ୍ୟ ଉନ୍ନୟନ, ପୂର୍ତ ବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ, ଶିଶୁ ସୁରକ୍ଷା ବିଭାଗର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବ୍ଳକର ସମସ୍ତ ଅମୃତ ସରୋବର ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡିରହିଥିବା ଅଭିଯୋଗ କରି କିଛି ନିର୍ବାଚନ ପ୍ରତିନିଧି ହଟଗୋଳ କରିବା ସହ ନିଜ ଅଞ୍ଚଳର ରାସ୍ତା, ପାନୀୟଜଳ, ପରିମଳ, ବିଦ୍ୟୁତ , ବିଧବା ଓ ବାଦ୍ଧକ୍ୟ ଭତ୍ତା ସମସ୍ୟା ନେଇ ଅଭିଯୋଗ ହୋଇଥିଲା । ପୂର୍ବ ବୈଠକ ବିବରଣ ଭାରପ୍ରାପ ଜିପିଇଓ ଶ୍ରୀ ମିଶ୍ର ପାଠକରିଥିଲେ । ବୈଠକରେ ପରେ କିଛି ଜନପ୍ରତିନିଧି ବ୍ଳକରେ ମାସ ମାସ ଧରି କାମ ଗୁଡିକ ବିଳି ନକରିପଢିରହୁଛି ତାହାସହ କିଛି କନିଷ୍ଠ ଯନ୍ତୀ ସମସ୍ତ କାମ ଗୁଡିକୁ ନିଜ ଲୋକଙ୍କୁ ଦେଇ କରାଉଛନ୍ତ ବୋଲି କହିଥିଲେ ।

Exit mobile version