ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ୍ର ମଜଦୁର ସଭା ତରଫରୁ ଗୁଣପୁର ନୂଆଁପାଲି ବସ୍ ଷ୍ଟାଣ୍ଡ୍ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ବ୍ଳକ୍ କାର୍ଯ୍ଯାଳୟ ଏବଂ ତହସିଲ୍ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବା ସହ ୨୦ ଦଫା ଦାବୀ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ ଦେଇଥିଲେ ।

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ଦାବୀ ସମ୍ମୁହ :- ଆଦିମ କାଳରୁ ଜମି ଚାଷ କରି ଆସୁଥିବା ଲୋକମାନଙ୍କୁ ଘର ଡିହ ପଟା ଓ ଯେତେ ମୁଲିଆ ରହିବା ଘର କୁ ସମ୍ପୂର୍ଣ୍ଣ ସର୍ଭେ କରି ଏବଂ ନୂତନ ଗୃହ ନିୟମ ପ୍ରସ୍ତୁତ କରିବା ସହ ପାରମ୍ପାରିକ ଜଙ୍ଗଲବାସୀ ମାନକୁଂ ଅଧିକାର ଦିଆଯାଉ । କୃଷି ଏବଂ ଗ୍ରାମୀଣ ଶ୍ରମିକ ମାନଙ୍କ ପାଇଁ ଏକ MGNREGA କାମ ବର୍ଷ କୁ ୨୦0 ଦିନ ଦୈନିକ ୬୦୦ ଟଙ୍କା ମଜରି ଯୋଗାଇ ଦିଆଯାଉ । ଚାଉଳ, ଗହମ, ଡାଲି, ତେଲ, ପନିପରିବା, ଚିନି, କ୍ଷୀର ଇତ୍ୟାଦି ଯୋଗାଣ ପାଇଁ ଆଇନଗତ ବ୍ୟବସ୍ଥା ଆଣନ୍ତୁ,ଏହି ସାମ୍ବିଧାନିକ ବ୍ୟବସ୍ଥା ଉପରେ ଖାଦ୍ୟ ସାମଗ୍ରୀ ଉପରେ ଜିଏଷ୍ଟି ହଟାଇ ଦିଆଯାଉ,ବାଧ୍ୟତାମୂଳକ ମାସିକ ପେନସନ ପଞ୍ଚାୟତ ସମସ୍ତ ବୃଦ୍ଧ, ଭିନ୍ନକ୍ଷମ ଏବଂ ୬୦ ବର୍ଷରୁ ଉର୍ଦ୍ଦ ମହିଳାଙ୍କ ୩୦୦୦/- ଟଙ୍କା ଦିଆଯାଉ | ପ୍ରଧାନ ମନ୍ତ୍ର ଆୱାସ ଯୋଜନା ସହାୟତା ୫ଲକ୍ଷ ଟଙ୍କାକୁ ବୃଦ୍ଧି କର ଏବଂ ଦଲାଲ ଏବଂ ଅମଲାତାନ୍ତ୍ରିକ ଲୁଟକୁ ବନ୍ଦ କର |
