ମେ ୬ରୁ ମୁଗଭଙ୍ଗା ଗ୍ରାମରମା, ଖରାଖାଈଙ୍କ ପୀଠରେ ବାର୍ଷିକ ମହାଯଞ ଏବଂ ରାମଲୀଳା ଆରମ୍ଭ

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ସଦର :-  କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମର ମା, ଖରାଖାଈଙ୍କ ପୀଠ ସ୍ଥଳୀରେ ଆସନ୍ତା ମେ ମାସ ୬ ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ମହାଯଜ୍ଞ ସହିତ, ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ, ରାତି ୧୧ଟାରେ ରାମଲୀଳା ପରିବେଷଣ କରାଯିବ । ରାତି ୧୦ ଟାରେ ମା, ଖରାଖାଈ ରାମଲୀଳା ସମିତି ଅନୁଷ୍ଠାନ ପକ୍ଷରୁ କଳାକାର , ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତି , ସାମ୍ବାଦିକ, ସମାଜସେବୀ , ବିଭିନ୍ନ ଗ୍ରାମର ମୁରବୀ, ଗ୍ରାମ୍ୟ କମିଟିର ସଭାପତି , ସଂପାଦକ, ରାମଲୀଳାର ଲେଖକ, ନିର୍ଦ୍ଦେଶକଙ୍କୁ ମା ଖରାଖାଈ ଗ୍ରାମ୍ୟ ଉନ୍ନୟନ କମିଟି ଏବଂ ଯୁବକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚାଲିଛି । ଏନେଇ ଅନୁଷ୍ଠାନ ପକ୍ଷରୁ ନବ କିଶୋର ଦଳାଇ, ଭାଗ୍ୟଧର ଦଳାଇ, ହେମନ୍ତ କୁମାର ଦଳାଇ, ନିଲୁ ଦଳାଇ ଏବଂ ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ଅଧିକରୁ ଅଧିକ ସରଷ ସୁନ୍ଦର କରିବା ପାଇଁ ଲାଗି ପଡ଼ିଛନ୍ତି । ଏହା ସହିତ ତିନି ଗୋଟି ରାମଲୀଳା ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଭେଟି ଆସିବା ପାଇଁ ନିମନ୍ତ୍ରଣ କରାଯାଇ ସାରିଛି । ସେହି ପରି ବିଭିନ୍ନ ରାଜନୈତିକ ଦଳର ନେତା, ପୋଲିସ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, କଳାକାର, ବିଭିନ୍ନ ଗ୍ରାମ୍ୟର ସଭାପତି, ସମ୍ପାଦକ ମାନଙ୍କୁ ଭେଟି ନିମନ୍ତ୍ରଣ କରାଯାଉଛି ।ଏହି କାର୍ଯ୍ୟକ୍ରମ ରେ ଆଖପାଖ ଗ୍ରାମର ବହୁ ଦର୍ଶକ ପ୍ରତି ବର୍ଷ ଆସି ଯଞରେ ସାମିଲ ହେବା ସହିତ ରାମଲୀଳା ଏବଂ ସାଂସ୍କୃତିକ କାର୍ଯ୍ୟ ଦେଖିବାର ସୁଯୋଗ ନେଇଥାନ୍ତି । ଏହି ଗ୍ରାମକୁ ଆସୁଥିବା ସମସ୍ତ ଦର୍ଶକଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥାଏ ।

Exit mobile version