ଗୋପାଳପୁର ମା, ତାରିଣୀଙ୍କ ପୀଠରେ ବିଶ୍ୱଶାନନ୍ତି ମହାଯଜ୍ଞ ରାମଲୀଳା ଉଦଯାପିତ

୨୮ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ମହାନଗର ନିଗମ ୫୭ ନମ୍ବର ୱ।ର୍ଡ଼ ଗୋପାଳପୁର ଗ୍ରାମର , ମା ତାରିଣୀଙ୍କ ପୀଠରେ ଦୀର୍ଘ ବର୍ଷ ଧରି ହୋଇଆସୁଥିବା ବିଶ୍ୱ ଶାନ୍ତି ମହାଯଞ ଏବଂ ରାମଲୀଳା ମହା ଆଡମ୍ବରରେ ସମାପନ ହୋଇଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ସ୍ଥାନୀୟ କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ, ୫୭ ନମ୍ବର ୱ।ର୍ଡ଼ ସଭାପତି ରଞ୍ଜନ ପାଲ , କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ପାଇକସାହି ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଦିଲିପ କୁମାର ସ୍ୱାଇଁ,ସଂପାଦକ ନଳୀନ ସେନାପତି, ହାଡିବନ୍ଧୁ ଖୁଣ୍ଟିଆ, ଯୁଧିଷ୍ଠିର ଦାସ, ପଠାଣି ସ୍ୱାଇଁ, ଭାଗ୍ୟଧର ବେହେରା,ବିଭୁତି ମହାନ୍ତି, ଲକ୍ଷ୍ମୀଧର ପାଲ , ବଳରାମ ସ୍ୱାଇଁ, ମନୋରଞ୍ଜନ ମହାପାତ୍ର, ଲକ୍ଷ୍ମୀଧର ଦଳାଇ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଉତ୍ସବରେ କଟକ ତିନିଘରିଆ ଅଞ୍ଚଳର ମା କାଳୀ ରାମଲୀଳା ସମିତି ପକ୍ଷରୁ ରାମ ନାଟକ ମହିରାବଣ ବଧ ପରିବେଷଣ କରାଯାଇଥିଲା । ମହାଯଜ୍ଞ ଆରମ୍ଭ ଠାରୁ ଉଦଯାପନ ପର୍ଯ୍ୟନ୍ତ ମା ତାରିଣୀ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗ୍ରାମ ବାସୀ ଏବଂ ଗୋପାଳପୁର ଗ୍ରାମର ଯୁବକ ମାନେ ଏଥିରେ ସହଯୋଗ କରିଥିଲେ ।

Exit mobile version