୨୭ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ଼ :- ସ୍ଥାନୀୟ ରମାଇ ହାଇସ୍କୁଲ ପାଟଣାଗଡ଼ ଠାରେ ଚତୁର୍ଥ ପର୍ଯ୍ୟାୟ ଚତୁଃର୍ଦିବସିୟ ମୌଳିକ ସାକ୍ଷାରତା ସଂଖ୍ୟା ଜ୍ଞାନ ଉପରେ ଶିକ୍ଷକ ତାଲିମ ଚାଲିଥିବା ସମୟରେ ରେଙ୍ଗାଲି ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଶ୍ରୀ ବିବେକାନନ୍ଦ ବରିହା ଅସହ୍ୟ ଗରମ ହେତୁ ଦିବା ୧୨ ଘଣ୍ଟା ସମୟରେ ଅସୁସ୍ଥ ଅନୁଭବ କରି ଚୌକିରୁ ଅଚେତ ହୋଇ ପଡିଯାଇଥିଲେ l
ତାଲିମ କେନ୍ଦ୍ରରେ ଉପସ୍ଥିତ ବିଇଓ ଶଙ୍କର ପ୍ରସାଦ ମାଝୀ ଏବଂ ଏ ବି ଇ ଓ ରତନ ଧରୁଆ ସଙ୍ଗେ ସଙ୍ଗେ ଉପଖଣ୍ଡ ଚିକିତ୍ସାଳୟ ପାଟଣାଗଡ଼କୁ ଆଣି ଭର୍ତ୍ତି କରିଥିଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇମୂଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶିକ୍ଷକ ଜଣକ ଙ୍କ ମୁଣ୍ଡରେ ଆଘାତ ଲାଗି ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ସରକାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ଗ୍ରୀଷ୍ମ ଅବକାଶ ରେ ତାଲିମ କାର୍ଯ୍ୟକ୍ରମ ବନ୍ଦ କରିବାକୁ ପ୍ରାଥମିକ ଶିକ୍ଷକ ସଙ୍ଘ ଦାବୀ ଜଣାଇଛନ୍ତି ।

