
୨୭ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :- ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପୂର୍ବରୁ ଆସନ୍ତାକାଲି ୨୮ତାରିଖ ଶୁକ୍ରବାର ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଯାତ୍ରା ହେବ। ଏହି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତା କାଲି ସକାଳ ୬ଟା ୧୦ ମିନିଟରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ । ହାୱଡ଼ାରୁ ପୁରୀ ମଧ୍ୟରେ ୬ଟି ସ୍ଥାନରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ରହଣି କରିବ । ହାୱଡ଼ାରୁ ବାହାରିବା ପରେ ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହଣି କରିବା ପରେ ୧୨ଟା ୩୫ରେ ପୁରୀରେ ପହଂଚିବ । ସେହିପରି ଦିନ ୧ଟା ୫୦ ମିନିଟରେ ପୁରୀ ଛାଡ଼ି ରାତି ୮ଟା ୩୦ ମିନିଟରେ ହାୱଡ଼ାରେ ପହଞ୍ଚିବ ।

