ନୂଆଗାଁ ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ବୈଠକ

୨୭ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୂଆଗାଁ ସଦରମହକୁମା ନୂଆଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଚାଲିଥିବା ଆଦର୍ଶ ବିଦ୍ୟାଳୟ ର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଙ୍କ ପ୍ରତିନିଧି,ନୂଆଗାଁ ବ୍ଲକ୍ ବିଡ଼ିଓ ତଥା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ର ଉପାଧ୍ୟକ୍ଷ ସଚିଦା ନନ୍ଦ ମିଶ୍ର ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ,ନୂଆଗାଁ ବ୍ଲକ୍ ସହକାରୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା,ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୁଳମଣି ନାୟକ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର,ଆଦର୍ଶ ବିଦ୍ୟାଳୟ ର ଶିକ୍ଷାବିତ୍ ଶିଶିର କୁମାର ସାହୁ,ଆଦର୍ଶ ବିଦ୍ୟାଳୟ ର ଆବାହକ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଶ୍ରେଣୀ ଗୃହ ର ଅଭାବ ଦୂରୀକରଣ,ପାନୀୟ ଜଳର ସୁ ବ୍ୟବସ୍ଥା ,ରୋଷେଇ ଗୃହ, ଖେଳ ପଡିଆ,ହିନ୍ଦୀ ଶିକ୍ଷକ ଅଭାବ ପୁରଣ ,ଛାତ୍ର ଛାତ୍ରୀ ଙ୍କ ପାଇଁ ହଷ୍ଟେଲ ସୁବିଧା ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ବଳ ଭବିଷ୍ୟତ କୁ ଦୃଷ୍ଟିରେ ରଖି ସମସ୍ୟା ଗୁଡ଼ିକ ପୂରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

Exit mobile version