
୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ :- କଟକ ଜିଲ୍ଲା ସଦର ଥାନା ବାରଙ୍ଗ ବ୍ଲକ , ନଗରୀ ପଞ୍ଚାୟତର ଅରିଲୋ ଗ୍ରାମରେ ଥିବା ଶ୍ରୀ ଶ୍ରୀ ଜନାର୍ଦ୍ଦନ ଦେବଙ୍କ ପୀଠ ସ୍ଥଳରେ ବିଶଂତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଏବଂ ଭଜନ ସମାରୋହ ବୁଧବାର ରାତିରେ ଉଦଯାପିତ ହୋଇଛି । କଳସ ଶୋଭାଯାତ୍ରା ଠାରୁ ପୂର୍ଣ୍ଣ ଆହୁତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ସୁରୁଖୁରୁରେ ଶେଷ ହୋଇଛି । ବିଶ୍ୱର କଲ୍ୟାଣାର୍ଥେ ଏହି ମହାଯଜ୍ଞରେ ଅରିଲୋ ଏବଂ ଆଖପାଖ ଗ୍ରାମର , ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ଯଞସ୍ଥଳୀରେ ଉପସ୍ଥିତ ରହି ପୂର୍ଣ୍ଣ ଆହୁତିର ଦର୍ଶନ ଲାଭ କରିଥିଲେ । ଏହି ଯଞରେ ପ୍ରତି ଦିନ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଥିଲା । ପୂର୍ଣ୍ଣ ଆହୁତି ଅବସରରେ କମିଶନରେଟ ପୋଲିସ ଯୋନ-୪ ଏସିପି ଚନ୍ଦନ ଘଡେଇ, କଟକ ସଦର ଥାନାର ଆଇଆଇସି ରଶ୍କୀରଞନ ମହାପାତ୍ର ଅତିଥି ଭାବରେ ଯୋଗଦାନ କରିଥିଲେ । ଅରିଲୋ ଗ୍ରାମ ବାସୀଙ୍କ ପକ୍ଷରୁ ଉକ୍ତ ଦୁଇ ପୋଲିସ ଅଧିକାରୀଙ୍କୁ ପୁଷ୍ପ ଗୁଛ, ଉପଢୌକନ , ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶରଧା ବାଲି ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇ ଥିଲା । ଧରଣୀ ଧର ଭୋଇ , ପପୁ ଯାଦବ ଙ୍କ ସୁନ୍ଦର ଉପସ୍ଥାପନା ଉପସ୍ଥିତ ଦର୍ଶକ ମାନଙ୍କ ମନକୁ ଛୁଇଁ ପାରିଥିଲା । ଆୟୋଜିତ ମହାଯଜ୍ଞରେ ଅରିଲୋ ଗ୍ରାମର ସମସ୍ତ ଯୁବକ ବୟଜ୍ୟେଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଞ କାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟରେ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ।

