୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୟାଗଡ଼ :- ବରଗଡ଼ର ଗଣପତି ଭିଲ୍ଲାରେ ୩ଦିନ ଧରି ଆୟୋଜିତ ୨ୟ ଓ୍ବେଷ୍ଟ ଜୋନ ଟାଇକୋଣ୍ଡ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗନେବା ପାଇଁ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ୧୬ ଜଣ ଖେଳାଳି ୩ ଜଣ ଅଫିସିଆଲ୍ ଓ ଜଣେ ଜାତୀୟ ରେଫରୀ ବରଗଡ଼ ଯାତ୍ରାକରିଥିଲେ । ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ପ୍ରିୟାନଶୁ ପାଲ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଦିକ୍ସା ପ୍ରିୟା,
ରିତିକା ପାଣିଗ୍ରାହୀ, ପ୍ରତିୟୁସା ରାୟଗୁରୁ, ଆନନ୍ଦ କୁମାର, ଅଙ୍କିତ ବେହେରା, ଆଶୁତୋଷ ସାହୁ, ସ୍ମୁତିପ୍ରଜ୍ଞା ସାହୁ ରୈପ୍ୟ ପଦକ ଓ ବିରାଟ ପ୍ରୟାସ, ସମ୍ୱିତ ରଞ୍ଜନ ବିଶ୍ବାଳ, ଶୁଚିସ୍ମୀତା ବେହେରା, ଅସ୍ମିତା ସାହୁ, ଆସୁତୋଶ ସ୍ବାଇଁ, ବୈଦ୍ୟନାଥ ସାହୁ କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି ।

