ଧାନଘରପଡା ଗ୍ରାମରେ ଗୋପୀନାଥ ଜିୟୁଙ୍କ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ଉଦଯାପିତ

୨୭ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) କଟକ ଜିଲ୍ଲା :- କଟକ ସଦର ଥାନା ଅନ୍ତର୍ଗତ ଖଣ୍ଡେଏତା ପଞ୍ଚାୟତର ଧାନଘରପଡା ଗ୍ରାମର ଶ୍ରୀ ଶ୍ରୀ ଗୋପୀନାଥ ଜୀୟୁ ଆଣ୍ଠୁଆଗୋପାଳଙ୍କ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ଶନିବାର ବୈଶାଖ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ବୁଧବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ପରେ ଉଦଯାପିତ ହୋଇଛି । ଏନେଇ ଗ୍ରାମର ସମସ୍ତ ମହିଳା ଏବଂ ପୁରୁଷ ଶ୍ରଦ୍ଧାଳୁ ମାନେ ଯଞ ସ୍ଥଳୀରେ ଉପସ୍ଥିତ ରହି ପୂର୍ଣ୍ଣ ଆହୁତି କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି ଅବସରରେ ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ, ମଣ୍ଡଳ ପୂଜା, ଭାଗବତ ଗୀତା ଆହୁତୀ, ଆଦି କାର୍ଯ୍ୟ ଅନୁଷ୍ଠିତ ହେଉଛି ।ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଭଜନ ସମାରୋହ ଅନୁଷ୍ଠିତ ହୋଇଛି । ବୁଧବାର ସନ୍ଧ୍ୟାରେ ପୂର୍ଣ୍ଣ ଆହୁତି ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯାଇଥିଲା । ତିନି ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ସାଙ୍ଗକୁ ଲକ୍ଷେଶ୍ୱର ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ପୂର୍ଣ୍ଣ ଆହୁତିରେ ଖଣ୍ଡେଏତା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ନାଥ ସାହୁ ସୁର ଭାଇ,ଆମଣ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୁନାନନ୍ଦ ଭୋଇ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ଆଡ଼ଭୋକେଟ ଉମାକାନ୍ତ ନନ୍ଦ , ଆମଣ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟା ସୁଭାଶିନୀ ସେଠୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ଯଞ କାର୍ଯ୍ୟକୁ ପରିଚାଳନା କରିଥିଲେ ଗ୍ରାମ୍ୟ କମିଟିର ସଭାପତି ଲକ୍ଷ୍ମୀଧର ଜେନା, ଯୁବକ ସଂଘର ସଭାପତି ତାପସ କୁମାର ମହାନ୍ତି । ଏଥିରେ ଗ୍ରାମର ବୟଜ୍ୟେଷ୍ଠ ବ୍ୟକ୍ତି ଏବଂ ସମସ୍ତ ଯୁବକ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଏହି ଯଞରେ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ ।

Exit mobile version