୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ରେଲୱେ ଇଷ୍ଟକୋଷ୍ଟ ଯୋନ୍ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଅଧୀନରେ ଥିବା ବକ୍ସି ଜଗବନ୍ଧୁ ବିଦ୍ୟାଧର ରେଳବାଇ ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ବୁଧବାର ସକାଳ ୯ ଟା ରେ ଇଷ୍ଟ କୋଷ୍ଟ ରେଲୱେ ମହିଳା ସଂଗଠନ ଖୋର୍ଦ୍ଧାରୋଡ଼ ମଣ୍ଡଳ ସଭାନେତ୍ରୀ ତଥା ଖୋର୍ଦ୍ଧାରୋଡ଼ ଡିଆରଏମ୍ ଙ୍କ ଧର୍ମପତ୍ନୀ ଶୁଭଲକ୍ଷ୍ମୀ ଜେନା ଏହି ମେଗା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ପନ୍ଦର ବର୍ଷରୁ କମ୍ ଓ ପନ୍ଦର ବର୍ଷରୁ ଅଧିକ କୁ ନେଇ ମହିଳା ପୁରୁଷ ଦୁଇଟି ବିଭାଗରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆଜି ଡ୍ରଇଂ, ନାଚ, ଗୀତ ପ୍ରତିଯୋଗିତା ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଆସନ୍ତା କାଲି ଗୁରୁବାର ସକାଳ ୭ ଟାରେ ଖୋର୍ଦ୍ଧାରୋଡ଼ ନୂତନ ଷ୍ଟେସନ ପ୍ରବେଶ ପଥରେ ରଙ୍ଗୋଲି ପ୍ରତିଯୋଗିତା ହେବ ।
ସକାଳ ୯ ଟାରୁ ଇଣ୍ଡୋର୍ ଗେମ୍ ପ୍ରତିଯୋଗିତା ସହିତ ସନ୍ଧ୍ୟା ଚାରିଟା ରେ ନାଚ ଗୀତ ର ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଜିର କାର୍ଯ୍ୟକ୍ରମ କୁ ବିଜେବି ଇନଷ୍ଟିଚ୍ୟୁଟର ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ (ଟୀମା) ଶ୍ରମିକ କଂଗ୍ରେସର ସହ ସଂଯୋଜକ ତଥା ପରିଷଦର ଉପ ସଭାପତି ଶ୍ରୀ ସୁନୀଲ କୁମାର ଭଞ୍ଜ, ସଭ୍ୟ ପି ରାଜା ରାଓ, ଗୋପାଳ ଦାସ, ମନୋରଞ୍ଜନ ମହାପାତ୍ର, କୀର୍ତ୍ତି ପଟ୍ଟନାୟକ ନାରୀନେତ୍ରୀ ରୁନି ବେହେରା, ଅର୍ପିତା ମହାନ୍ତି, ବିଜୟଲକ୍ଷ୍ମୀ ଦାଶ, ପି ଜାନକୀ ପ୍ରମୁଖ ପ୍ରତିଯୋଗୀତା କୁ ପରିଚାଳନା କରିଥିଲେ ବୋଲି ମିଡ଼ିଆ ସେଲ୍ ର ମୁଖ୍ୟ ତଥା ଶ୍ରମିକ କଂଗ୍ରେସର ଶାଖା ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି ସୂଚନା ଦେଇଛନ୍ତି ।

