କିଶନ ନଗର ବିନୋଦ ମଣ୍ଡଳ ଅପହରଣ ନାଟକରୁ ଉଠିଲା ପରଦା, ମହାନଦୀ ବାରଗଡ଼ିଆ ପଠାରୁ ମିଳିଲା ବିନୋଦ ଙ୍କ ଖଣ୍ଡ ବିଖଣ୍ଡ ଗଳିତ ଶବ, ଯୋଜନାଵଧ ହତ୍ୟାକାଣ୍ଡ ଅଭିଯୋଗ

ଓଡିଶା ତାଜା ନ୍ୟୁଜ୍ (୨୦ ଜୁନ୍ ଶନିବାର ) କିଶନନଗର :– କିଶନ ନଗର, ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ପର୍ଦାଫାଶ ହେଲା ବହୁ ଚର୍ଚିତ ବିନୋଦ ମଣ୍ଡଳ ଅପହରଣ ନାଟକ, ଚଳିତ ମାସ ୨୪ ତାରିଖରେ ବିନୋଦ ମଣ୍ଡଳ ବିବାହ କୁ ପୁରିଥାନ୍ତା ବର୍ଷେ, ପ୍ରଥମ ବିବାହ ବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତ ହେଉଥିଲେ ଉଭୟ ଦମ୍ପତି, କିନ୍ତୁ ତାହାର ଠିକ୍ ମାସକ ପୂର୍ବରୁ ତାଙ୍କ ସ୍ୱାମୀ ବିନୋଦ ମଣ୍ଡଳ କୁ ଅପହରଣ କରି ଅତୀ ବୀଭତ୍ସ ଭାବେ ଶରୀରକୁ ଖଣ୍ଡ ଖଣ୍ଡ କରି ହତ୍ୟାକଲେ ଦୁର୍ବୃତ୍ତ । ନିଖୋଜର ୨୫ ଦିନ ପରେ ମିଳିଲା ବରଗଡ଼ିଆ ମହାନଦୀ ପଠାରୁ ଗଳିତ ମୃତଦେହ । ବାରଗୋଡିଆ ମହାନଦୀ ପଠାରେ ଦୁର୍ବୁତ୍ତ ମାନେ ବିନୋଦକୁ ଅପହରଣ କରିନେବା ଓ ହାଣି ଖଣ୍ଡଖଣ୍ଡ କରି ଫିଙ୍ଗିଦେଲା ମୃତ ଦେହ, ପରେ ଗଳିତ ଖଣ୍ଡ ବିଖଣ୍ଚିତ ମୃତଦେହ ସହ ବିନୋଦଙ୍କ ବ୍ୟବହୃତ ସାମଗ୍ରୀ ରୁ ଜଣାପଡିଲା ବିନୋଦ ଙ୍କ ପରିଚୟ,। ପରିବାରଲୋକ ମୃତଦେହକୁ ଚିହ୍ନଟ କରିଛନ୍ତି ପରିବାର ଲୋକ । କିନ୍ତୁ କିଏ କାହିଁକି ଏତେ ନିଷ୍ଠୁର ଭାବେ ବିନୋଦଙ୍କୁ ହତ୍ୟା କଲା ସେ ରହସ୍ୟ ଉପରୁ ଏଯାଏଁ ପରଦା ଉଠାଇନାହିଁ ପୋଲିସ ।

ଶୁକ୍ରବାର ଜଗତପୁର ଥାନା ଅନ୍ତର୍ଗତ ବାରଗୋଡିଆ ମହାନଦୀ ପଠାରୁ ମିଳିଥିଲା ଏକ ଖଣ୍ଡ ବିଖଣ୍ଡିତ ମୃତଦେହ । ତାହା କିଶନନଗର ଅଞ୍ଚଳର ବିଜୟ କୁମାର ମଣ୍ଡଳଙ୍କ ପୁଅ ବିନୋଦ ମଣ୍ଡଳ ବୋଲି ଚିହ୍ନଟ ହୋଇଛି । ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ ପ୍ରମାଣ ପାଇଛି । ଘଟଣାସ୍ଥଳରୁ ମିଳିଛି ବିନୋଦଙ୍କ ବ୍ୟାଗ୍ ଓ ଟିଫିନ୍ ବକ୍ସ । ବ୍ୟାଗ୍ ଭିତରେ ନଷ୍ଟ ହୋଇଯାଇଥିବା କିଛି ମିଠା ବି ରହିଛି । ଶନିବାର ସକାଳେ ବିନୋଦଙ୍କ ହାତଘଣ୍ଟା ଓ ଚପଲ ମିଳିଛି ।ଏଠି ସେଠି ପଡିଥିଲା ବିନୋଦ ବ୍ୟବହାର କରିଥିବା ଜିନିଷ । ପୋଲିସ ଓ ଫରେନସିକ୍ ଟିମ୍ ସେଗୁଡିକୁ ଜବତ କରି ତଦନ୍ତ ଜାରି ରଖିଛି । ଡିଏନଏ ଟେଷ୍ଟ ସହଅନ୍ୟାନ୍ୟ ଅନୁଷଙ୍ଗୀକ ପରୀକ୍ଷା ପରେ ତାହା ବିନୋଦଙ୍କ ମୃତଦେହ କି ନାହିଁ ତାହା ନିଶ୍ଚିତ ହେବ । କିନ୍ତୁ ପରିବାରଲୋକଙ୍କ ସୂଚନା ଏବଂ ଘଟଣାକ୍ରମରୁ ବିନୋଦଙ୍କୁ ମେ ୨୪ ତାରିଖ ଦିନ ଅପହରଣ କରିନେଇ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି ।

ବିନୋଦ ମଣ୍ଡଳ ମେ ୨୪ ତାରିଖରେ କିଶନନଗର ଘରୁ କଟକ ବୋର୍ଡ ଅଫିସକୁ ଯାଉଥିବା କହି ବାହାରିଥିଲେ । ପାଗାରେ କିଛି ସମୟ ଅଟକି ରହିବା ଓ ତାପରେ ତାଙ୍କ ସହ ପରିବାରଲୋକଙ୍କର ଯୋଗାଯୋଗବିଛିନ୍ନ ହୋଇଥିଲା । ଏହା ଏକ ପ୍ରେମଜନିତ ବିବାଦରୁ ନିଖୋଜ ଓ ଅପହରଣ ସନ୍ଦେହ କରାଯାଉଥିଲା । ଏ ଘଟଣାରେ ପୋଲିସ ପାଗାରେ ଶାରଦା କୁଣ୍ଡୁ ନାମକ ଜଣେ ଯୁବକଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଜେରା କରିଛି । ଶାରଦା କୁଣ୍ଡୁଙ୍କୁ କୋର୍ଟ ଚାଲାଣ କରାଯିବା ଦିନ ଜଗତପୁର ଗୋଲେଇ ଛକରୁ ବିନୋଦଙ୍କ ବାଇକ୍ ଓ ହେଲମେଟ୍ ମିଳିଥିଲା । ତାଙ୍କ ମୋବାଇଲ୍ ଟି ପାଗା ଅଞ୍ଚଳରେ କୌଣସି ସ୍ଥାନରେ ଥିବା ପୋଲିସକୁ ସୂଚନା ମିଳିଥିଲା ବୋଲି ଜଣାଯାଇଛି । କିନ୍ତୁ ମୋବାଇଲ ମିଳିନି । ଶାରଦା କୁଣ୍ଡୁକୁ ବାରମ୍ବାର ଜେରା ପରେ ସେ ସତ କହିଥିଲା, ପରେ ପୋଲିସ ମହାନଦୀ ପଠାରୁ ବିନୋଦ ର ଖଣ୍ଡ ବିଖଣ୍ଡ ମୃତଦେହ ଜବତ କରିଛି । ଏହି ଘଟଣାରୁ ବିନୋଦଙ୍କ ନିଖୋଜ ଏବଂ ମୃତଦେହ ଜବତ ଘଟଣାରେ ଭୟଙ୍କର ଷଡଯନ୍ତ୍ର ଏବଂ ଏକାଧିକ ଲୋକଙ୍କ ସଂପୃକ୍ତି ସନ୍ଦେହ କରାଯାଉଛି । ପୋଲିସ ଏବେ ସୁଦ୍ଧା ମୁହଁ ଖୋଲିନଥିବା ବେଳେ ତଦନ୍ତ ରିପୋର୍ଟ ଆସିବା ପରେ ଉଚ୍ଚ ସ୍ତରୀୟ ଅଧିକାରୀ ସୂଚନା ଦେଇପାରନ୍ତି । (କଟକ /ସାଲେପୁର /ରିପୋର୍ଟ ଲଷ୍ମୀଧର ଖୁଣ୍ଟିଆ)

Exit mobile version