୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଖୋର୍ଦ୍ଧା – ଜଟଣୀ :- ଜଟଣୀ ବିଧାୟକ ସୁର ରାଉତରାୟ ଙ୍କ ପୁତ୍ର ମନ୍ମଥ ରାଉତରାୟ ଙ୍କ ଦ୍ବାରା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଜଟଣୀ ବ୍ଲକ ଅନ୍ତର୍ଗତ ପାଣିଓରା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ହେଉଛି ଅକ୍ଷୟ ତୃତୀୟା ଆଜିକା ଦିନର ମହତ୍ତ୍ଵ ହେଉଛି ଚଷା ପୁଅ ନିଜ ଜମିରେ ପାରମ୍ପରିକ ପୁଜା ଅର୍ଚ୍ଚନା ସହ ଅଖୀମୁଠି ବା ଧାନ ବୁଣା ଆରମ୍ଭ କରିଥାଏ ଏବଂ ଆଜି ଏହାକୁ ପାଳନ କଲେ ପ୍ରଭୁ ଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କ ଅପାର କରୁଣା ଲାଭ କରିଥାଏ ।
ଆଜି ଏହି ଅବସରରେ ଜଟଣୀ ବିଧାୟକ ସୁର ରାଉତରାୟ ନିଜର କୌଳିକ ବୃତ୍ତି ଚାଷୀ ପୁଅ ବା’ ଚଷା ଭାବେ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ପୁଅ ମନ୍ମଥ ରାଉତରାୟ ଙ୍କ ସହିତ ଏକ ବିରାଟ ପଟୁଆର ରେ ଜଟଣୀ ବ୍ଲକ ଅନ୍ତର୍ଗତ ଛତାବର ଠାରୁ ବାହାରି ପାଣିଓରା ଗ୍ରାମଠାରେ ପାରମ୍ପରିକ ପୁଜା ଅର୍ଚ୍ଚନା ସହ ଅଖିମୁଠି ଅନକୁଳ କରିଛନ୍ତି । ଯାହାକୁ ପୁଅ ମନ୍ମଥ ରାଉତରାୟ ଚଷାପୁଅ ବେଶରେ ସଜ୍ଜି ପୁଜା ଅର୍ଚ୍ଚନା ସହ ଅଖିମୁଠି ଅନକୁଳ କରି ବାପା, ଜେଜ ଙ୍କ କୌଳିକ ବୃତ୍ତିକୁ ଆଜି ବାପା ଏବଂ ଅଞ୍ଚଳ ବାସୀଙ୍କ ଉପସ୍ଥିତି ରେ ପାଳଣ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ସେହିପରି ଆଜି ଆମେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଅଖୀ ମୁଠି ଅନକୁଳ କରୁଛୁ ପାଗ ଅନୁକୂଳ ସହିତ ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରୁଛୁ ଏ ବର୍ଷ ଫସଲ ଭଲହେବ, ଅଞ୍ଚଳ ତଥା ରାଜ୍ୟ ଓ ଦେଶରେ କେମିତି ଭଲ ଅମଳ ହେବ ସେଥିପାଇଁ ପ୍ରଭୁଙ୍କ ଆଶିର୍ବାଦ ଭିକ୍ଷା କରୁଛୁ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି ।

