ଫୁଲକିମୁଣ୍ଡା ରେ ଜିଲ୍ଲା ସ୍ତରୀୟ ରୂପାନ୍ତରିତ ବିଦ୍ୟାଳୟ ଲୋକାର୍ପଣ ଉତ୍ସବ

୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାଟଣାଗଡ  :- ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକ ର ରୂପାନ୍ତରଣ କାର୍ଯ୍ୟକ୍ରମ କରୁଥିବା ବେଳେ ତୃତୀୟ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲା ରେ ୧୦୦ ଟି ବିଦ୍ୟାଳୟର ଲୋକାର୍ପିତ ହୋଇଥିଲା । ଏହି ଅବସରରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଥିବା ବେଳେ ୫ଟି ସଚିବ ବିକେ ପାଣ୍ଡିଆନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବଲାଙ୍ଗିର ଜିଲ୍ଲା ସ୍ତରୀୟ ଲୋକାର୍ପଣ ଉତ୍ସବ ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଲୋକାର୍ପିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଥମେ ବିଦ୍ୟାଳୟର ଛାତ୍ରୀ ଦୀପାଞ୍ଜଳୀ ବେହେରା ନିଜ ବକ୍ତବ୍ୟ ରଖି ଥିଲେ।ପରେ ଲୋକାର୍ପଣ ଉତ୍ସବର ମୁଖ୍ୟ ଅତିଥି ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ କିଛି ସମୟ ପାଇଁ ଭିଡିଓ କାନଫରେନ୍ସିଂ ବନ୍ଦ ରହିଥିଲା । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା , ପାଟଣାଗଡ ଉପଜିଲ୍ଲପାଳ ଡ. ବିଜୟାନନ୍ଦ ସେଠି , ବଲାଙ୍ଗିର ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଗୁଣନିଧି ନାଏକ , ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତା , ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ , ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ସାହାଜପାଣି ସରପଞ୍ଚ ପ୍ରଫୁଲ୍ଲ ମାଝି , ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ମେହେର , ପ୍ରମିଳା ପାଥର, ବରିଷ୍ଟ କିରାଣୀ ବ୍ରଜବନ୍ଧୁ ଠାକୁର , ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ , ବିଇଓ ସୁରେନ୍ଦ୍ର କୁମାର ପୁରୋହିତ, ମୋହନ ସୁନା, ଭୁବନେଶ୍ୱର ପୃଷ୍ଟି , ମଣ୍ଟୁ ମେହେର ସମେତ ସରକାରୀ ଅଧିକାରୀ, ବିଭିନ୍ନ ବିଦ୍ୟାଳୟ ର ଶିକ୍ଷୟତ୍ରୀ ସିକ୍ଷକ, ଛାତ୍ରୀ ଛାତ୍ର, ଅଭିଭାବକ ଉପସ୍ଥିତ ଥିଲେ।

Exit mobile version