ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ  :-  ବାଲୁଗାଁ ଅଂଚଳର ଅଗ୍ରଣୀ ଅନୁଷ୍ଠାନ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଂଘର ବାର୍ଷିକ ଅଧିବେଶନ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ବୁଧବାର ସ୍ଥାନୀୟ ଅଶୋକ ନଗର ସ୍ଥିତ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି | 2019 ମସିହାରେ ଏହି ସଂଘ ତାର ପଚାଶ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱର୍ଣ୍ଣିମ ଜୟନ୍ତୀ ପାଳନ କରିଥିବା ବେଳେ ଅଞ୍ଚଳରେ ବହୁ ଉର୍ନତି ମୂଳକ କାର୍ଯ୍ୟ କରି ସର୍ବତ୍ର ଖ୍ୟାତି ଅର୍ଜନ କରିଛି | ପ୍ରାରମ୍ଭରେ ଜଗଦୀଶ ପ୍ରସାଦ ଲାଖଟିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ପରେ ମା କାଳିଜାଇ କଳାନିକେତନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା | ଏହାପରେ ସମ୍ପାଦକ ସରୋଜ କୁମାର ପାତ୍ର ବାର୍ଷିକ ଆୟବ୍ୟୟ ର ବିବରଣୀ ରଖିଥିଲେ | ଏହି ଅବସରରେ ସଂଘର ବିଭିନ୍ନ କାର୍ଯ୍ୟରେ ବଳିଷ୍ଠ ଅବଦାନ ଥିବା 20ଜଣ  ସଦସ୍ୟ ଙ୍କୁ ପୁରସ୍କୃତ କରାଯାଇଥିଲା | ଏହା ପରେ ନୂତନ ସଭାପତି ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ରବିନାରାୟଣ ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଚଳିତ ବର୍ଷକୁ ମିଶାଇ 12 ଥର ପଦବୀ ହାସଲ କରିଛନ୍ତି |ଉପ ସଭାପତି ଧୀରେନ୍ଦ୍ର ନାଥ ପାତ୍ର ଓ ଏସ. କେ.ଗନିଫ, ସମ୍ପାଦକ ସରୋଜ କୁମାର ପାତ୍ର, ସହ ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ଓ ସର୍ବେଶ୍ୱର ସୁବୁଦ୍ଧି, କୋଷାଧ୍ୟକ୍ଷ୍ୟ ଚୈତନ୍ୟ ପୃଷ୍ଟି, କାର୍ଯ୍ୟକାରୀ ସଦସ୍ୟ ଭାବେ ଗୌତମ ସୁବୁଦ୍ଧି, ନାରାୟଣ ସେନାପତି, ଅଶୋକ ରାଉତ, ବିପିନ  ପ୍ରହରାଜ, ଅଶୋକ  ପାତ୍ର, ଅଶୋକ ସୁବୁଦ୍ଧି, ଜଗଦୀଶ ପ୍ରସାଦ ଲାଖଟିଆ, ବାଉରୀ ବନ୍ଧୁ ମାଲୁ, କିରଣ  ପାତ୍ର, ଗୌରୀ ପ୍ରସାଦ ସୁବୁଦ୍ଧି, ଯୋଗେନ୍ଦ୍ର ନାୟକ, ସୁନୀଲ ପାତ୍ର  ଓ ଭାଗେନ୍ଦ୍ର ସୁବୁଦ୍ଧି ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିଲେ |ପରିଶେଷରେ ଜାତୀୟ ସଂଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା |

Exit mobile version