୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନୁଆଗାଁ :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମ ପଞ୍ଚାୟତର ଡିମିରିପଲ୍ଲୀ ଗ୍ରାମରେ ଆଦିବାସୀ ମାନଙ୍କ ବାର୍ଷିକ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜନ୍ତାଳ ପର୍ବ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଅଞ୍ଚଳର ସମସ୍ୟା ପଚାରି ବୁଝିବା ସହ ବିକାଶ ଉପରେ ଗୁରୁତ ଆରୋପ କରିଥିଲେ l
ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁ ଡିମିରିପଲ୍ଲୀ ହାଈସ୍କୁଲ ୫ଟିରେ ସାମିଲି ହେlଇ ଥୀବାରୁ ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣlଇ ଥିଲେ l ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷlଙ୍କ ପ୍ରତିନିଧୀ ସଙ୍କର୍ଷଣ ବେହେରା ସମେତ ସ୍ଥାନୀୟ ସରପଞ୍ଚ ବବୃ ମହାରଣା ସମିତି ସଭ୍ୟ ସଞ୍ଜୀବ କୁମାର ଡ଼lକୁଆ,ପୂର୍ବତନ ସରପଞ୍ଚ ହାଡିବନ୍ଧୁ ସାମନ୍ତରାୟ ଙ୍କ ସହିତ ଗ୍ରାମବାସୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ l

