
୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷlଘାତ ସ୍ୱତନ୍ତ୍ର ବିଦ୍ୟାଳୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ୧୩୨ ତମ ଜୟନ୍ତୀ ଓ ଅଭିଭାବକ ବୈଠକ ମହାସମାରୋହ ରେ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ସଭାପତି ଭାବେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡlସୀ ସାହୁ ଆସନ ଅଲଂକୃତ କରିଥିଲେ, ମୁଖ୍ୟ ଅତିଥି ଭାବେ ମୋହନା ଥାନାଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ମୁଖ୍ୟବକ୍ତା ଶ୍ରୀ ମଧୁସୂଦନ ପାଢୀ (ଶିକ୍ଷା ବିତ), ସଂମାନିତ ଅତିଥି ଭାବେ ମୋହନା ଥାନା ଓ.ଆଇ.ସି ଶ୍ରୀକୃଷ୍ଣ ଚନ୍ଦ୍ର ମଲ୍ଲିକ, , ଶ୍ରୀ ପ୍ରଶାନ୍ତ ବୀର, ଅବସରପ୍ରାପ୍ତ ଶିକ୍ଷକ, ମୋହନା, ଶ୍ରୀ ଭିକାରି ନାୟକ (ଏନଜିଓ ମୋହନା ),ବିପଦର ବନ୍ଧୁ ,ଓଡିଶା (ଗଜପତି ଶାଖା)ର ଶ୍ରୀ ଗୌର ହରି ପଲେଇ ,ଶ୍ରୀ ରବୀନ୍ଦ୍ର କୁମାର ସାମନ୍ତରା, ଉପଦେଷ୍ଟା, ଏମ କେ ସି ଜି, ବିଦ୍ୟାଳୟ,ଜୟପ୍ରକାଶ ପାଇକ (ଏମ କେ ସି ଜି ) , ଶ୍ରୀଗିରିଜା ମିଶ୍ର , ଅଧ୍ୟକ୍ଷ। ଦୃଷ୍ଟିହୀନ ଓ ବଧିର ବିଭାଗ, ଶ୍ରୀମତୀ ନିରୋଜା କୁମାରୀ ବେହେରା , ଅଧ୍ୟକ୍ଷl, ମାନସିକ ଅନଗ୍ରସର ଓ ମସ୍ତିଷ୍କ ପକ୍ଷlଘାତ ବିଭାଗ ତା ସହିତ ବିପଦର ବନ୍ଧୁ, ଗଜପତି ଶାଖା ର ସଦସ୍ୟ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ଓ କର୍ମଚାରୀ ବୃନ୍ଦ, ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ଅତିଥି ମାନଙ୍କୁ ଫୁଲ ଚନ୍ଦନ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ୱାଗତ କରିଥିଲେ l ଗଜପତି ମହାରାଜା ଙ୍କର ମୂର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।ଜଗନାଥ ଙ୍କ ନିକଟରେ ଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୃଷ୍ଟିହୀନ ବିଭାଗର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ସ ସଭା ସାଙ୍ଗ କରିଥିଲେ l ମୋହନା ଥାନା ଅଧିକାରୀ ବିଦ୍ୟାଳୟ ଛାତ୍ରୀ ଛାତ୍ର ମାନଙ୍କୁ ମିଠାନ ବଣ୍ଟନ କରିବା ସହ ନିଜ ବକୁକ୍ତାରେ ଶ୍ରୀ ସେଠୀବାବୁ କହିଥିଲେ ମୁଁ ମୋହନା ଥିବା ପର୍ଯ୍ୟନ୍ତ ଅନୁଷ୍ଠାନର କୌଣସି ଅସୁବିଧାର ହେଲେ ମତେ ଜଣାଅ ମୁଁ ତାହା ସମାଧାନ କରିବା ଛେଷ୍ଟା କରିବି ବୋଲି କହିଥିଲେ ।

