୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଦୁଇଟି କାର୍ ମୁହାଁମୁହିଁ ଦୁର୍ଘଟଣାରେ ୩ଜଣ ଆହତ ହୋଇଛିନ୍ତି । ଘଟଣା ଘଟିଛି ଆଜି ମୋହନା ଥାନାର କେନ୍ଦୁଘାଟି ନିକଟରେ ଘଟିଥିଲା । ସେଥିରେ ୩ଜଣ ଆହତଙ୍କୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ ବାସନ୍ତୀ ସେଠୀ (70) ଗୁରୁତ୍ବର ରହିଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାକୁ ପ୍ରଶଂସା କରାଯାଇଛି । 
ପୂର୍ବହ୍ନ ପ୍ରାୟ ୧୧ଟା ସମୟରେ । ଗୋଟିଏ କାରରେ ୬ ଜଣ ବ୍ରହ୍ମପୁରରୁ ନବରଙ୍ଗପୁର ଯାଉଥିଲେ । ଅନ୍ୟ ପଟରୁ ଏକ କାରରେ ଶିଶୁ ସମେତ ୫ ଜଣ କୋରାପୁଟରୁ କଟକ ଯାଉଥିଲେ । ମୋହନା ଥାନା କେନ୍ଦୁ ଘାଟିଠାରେ ଉଭୟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ଡ୍ରାଇଭରଙ୍କ ସମେତ ବାସନ୍ତୀ ସେଠୀ ଆହତ ହୋଇଥିଲେ । ଏହି ସମୟରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଆଉ ଏକ ଗାଡିରେ ମୋହନା ବିଡିଓ ତପସ୍ବିନୀ ହାଁସଦ ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ଉକ୍ତ ରାସ୍ତା ଦେଇ ଯାଉଥିଲେ ।

ଆହତଙ୍କୁ ଦେଖି ଜିଲ୍ଲାପାଳ ଲିଙ୍ଗରାଜ ପାଣ୍ଡା ଗାଡିରୁ ଓହ୍ଲାଇ ସ୍ବାସ୍ଥ୍ୟବସ୍ଥ ପଚାରିଥିଲେ । ଆହତ ଦୁଇ ଡ୍ରାଇଭରଙ୍କ ସମେତ ବାସନ୍ତୀଙ୍କୁ ଉଦ୍ଧାର କରି ବିଡିଓଙ୍କ ଗାଡିରେ ମୋହନା ଡାକ୍ତରଖାନାକୁ ପଠାଇଥିଲେ । ବାସନ୍ତୀଙ୍କ ଅବସ୍ଥା ଗୁରୁତ୍ବର ରହିଥିବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା । ଦୁର୍ଘଟଣାଗ୍ରସ୍ତ ଦୁଇ କାର୍ କୁ ମୋହନା ଆଇଆଇସି ବସନ୍ତ ସେଠୀ ଜବତ କରି ମୋହନା ଥାନାରେ ଏକମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁଛି ।
