୨୬ଏପ୍ରିଲ୍ ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :- ପୁଞ୍ଜିନିବେଶ, ଭିତ୍ତିଭୂମି, ବନ୍ଦର, ଜଳଭାଗରେ ଖନନ, ଅକ୍ଷୟ ଶକ୍ତି, ରିଅଲ ଇଷ୍ଟେଟ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜାହାଜ ଚଳାଚଳ, ଲଜିଷ୍ଟିକ୍ସ ଏବଂ ବିମାନ ଚଳାଚଳ ଆଦି ଅଗ୍ରଣୀ ବ୍ୟବସାୟରେ ଆଗ୍ରହ ରଖୁଥିବା ବିଶ୍ୱ ସମୁଦ୍ର ହୋଲ୍ଡିଂସ୍, ହାଇଦରାବାଦ ତାହାର ଅନ୍ୟତମ ଛାମୁଆ ସହଯୋଗୀ କମ୍ପାନୀରୁ ଶିବଦତ୍ତ ଦାସଙ୍କୁ ମୂଳ ସଂସ୍ଥାର ବୋର୍ଡକୁ ଏକ୍ଜିକ୍ୟୁଟିଭ ଡାଇରେକ୍ଟର ଭାବେ ପଦୋନ୍ନତି ଦେଇଥିବା ବିଷୟ ଘୋଷଣା କରିଛି । ସେ ଗ୍ରୁପ୍ର ଦୂରଦୃଷ୍ଟିକୁ ନେଇ ଚେୟାରମ୍ୟାନ୍ ଶ୍ରୀ ଚିନ୍ତା ଶଶୀଧରଙ୍କ ସହିତ ଘନିଷ୍ଠ ଭାବେ ମିଶି କାର୍ଯ୍ୟ କରିବେ । 
ୟୁନାଇଟେଡ ସ୍ପିରିଟ୍ସ୍, ଆଇସିଆଇସିଆଇ ପ୍ରୁଡେନ୍ସିଆଲ, ଭାରତୀ ଏଏକ୍ସଏ, ଟାଟା ଏଆଇଏ, ରିଲାଏନ୍ସ ନିପ୍ପନ ଏବଂ ଡି ୱାଇ ପାଟିଲ ଗ୍ରୁପ୍ ଭଳି ସଂସ୍ଥାଗୁଡିକରେ ଗତ ୨୩ ବର୍ଷ ଧରି ଅତ୍ୟନ୍ତ ବରିଷ୍ଠ ସ୍ତରରେ ସଫଳତାର ସହିତ ନିଜ ଦାୟିତ୍ୱ ନିର୍ବାହ କରିଆସିଥିବା ଶିବଦତ୍ତ ସମ୍ପ୍ରତି ଗ୍ରୁପ୍ସ୍ତରୀୟ କର୍ପୋରେଟ ରଣକୌଶଳ ଏବଂ ଆର୍ଥିକ ପରିଚାଳନା ଦାୟିତ୍ୱ ପ୍ରତ୍ୟକ୍ଷ ଭାବରେ ନିର୍ବାହ କରିବେ । ସଂସ୍ଥା ଏହାର ମଜଭୁତ ଆସେଟ୍ ଭିତ୍ତିକ, ଅର୍ଡର ବୁକ୍ ୨ ବିଲିଅନ ଡଲାର ଅତିକ୍ରମ କରିବା ଏବଂ ଚଳିତ ବର୍ଷ ବାର୍ଷିକ ବ୍ୟବସାୟ ଆକଳନ ଅଧ ବିଲିଅନ ଆମେରିକୀୟ ଡଲାର ହେବା ପରିପ୍ରେକ୍ଷୀରେ ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଥିବାବେଳେ ଶିବଦତ୍ତ ଏହି ଗ୍ରୁପ୍କୁ ଏକ ମଜଭୁତ ମୂଳଦୁଆ ସ୍ଥାପନ ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପଥରେ ଆଗେଇ ନେବାକୁ ଦାୟିତ୍ୱ ଗ୍ରହଣ କରୁଛନ୍ତି । ଟ୍ରେଜେରୀ ସହିତ ସମୁଦାୟ ଅର୍ଥ ବ୍ୟବସ୍ଥା, ରଣକୌଶଳାତ୍ମକ ଯୋଜନା, କମ୍ପାନୀ ସେକ୍ରେଟାରୀ, ଆଇନ, ଅନୁପାଳନ, ଆପଦ, ସୂଚନା ପ୍ରଯୁକ୍ତି ଓ ମାନବ ସମ୍ବଳ ଆଦି କ୍ଷେତ୍ରରେ ତାଙ୍କର ପ୍ରମୁଖ ପ୍ରଭାବ ରହିବ ଏବଂ ତାହାସିତ ସେ ମଧ୍ୟପ୍ରାଚ୍ୟ ବାହାରୁ ଆନ୍ତର୍ଜାତିକ ବ୍ୟବସାୟର ନେତୃତ୍ୱ ନେବେ । ଭିଏସ୍ଏଚ ଭାରତ ବାହାରେ ଆମେରିକାର ପୂର୍ବତଟ, ଲାଟିନ ଆମେରିକା, କେନ୍ଦ୍ର ଓ ପଶ୍ଚିମ ଆଫ୍ରିକା, ପଶ୍ଚିମ ୟୁରୋପ ଏବଂ ଭାରତୀୟ ଉପମହାଦେଶରେ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ ନିଜର କାର୍ଯ୍ୟକାରିତାଗତ ଉପସ୍ଥିତି ସମ୍ପ୍ରସାରିତ କରିବାକୁ ସକ୍ରିୟ ଭାବରେ ପଦକ୍ଷେପ ନେଉଛି ଏବଂ ଏ ସମସ୍ତ ବିଷୟ ଶିବଦତ୍ତ ଦେଖାଶୁଣା କରିବେ ।
